ଘୋଷଣା ହେଲା ୯୩ତମ ଓସ୍କାର ଆଓ୍ଵାର୍ଡ: ଏକା ସାଙ୍ଗରେ ୩ ଆଓ୍ଵାର୍ଡ ହାତେଇଛି ନୋମାଲ୍ୟାଣ୍ଡ

କେନ୍ଯୁଜ୍: ଘୋଷଣା ହୋଇଛି ୯୩ତମ ଓସ୍କାର ଆଓ୍ଵାର୍ଡ। ଚଳିତ ବର୍ଷ ଦେଖିବାକୁ ମିଳିଛି ନୋମାଲ୍ୟାଣ୍ଡ ଫିଲ୍ମର ଜଲଓ୍ଵା । ଏକା ସାଙ୍ଗରେ ୩ ଆଓ୍ଵାର୍ଡ ହାତେଇଛି ନୋମାଲ୍ୟାଣ୍ଡ। ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ନୋମାଲ୍ୟାଣ୍ଡକୁ ମିଳିଛି ।

ଫ୍ରାନ୍ସସି ଏମସି ଡୋରମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବାବେଳେ କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ଵାର୍ଡ । ଫିଲ୍ମ ‘ଦ ଫାଦର’ ପାଇଁ ଆନ୍ଥୋନୀ ହଙ୍କିସ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ହ୍ୟୁ -ଜୁଙ୍ଗ ୟୋନକୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି। ପ୍ରଥମ କୋରିୟାନ ମହିଳା ଭାବେ ସେ ଏହି ପୁରସ୍କାର ହାତେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.