ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଠକେଇ ମାମଲା ରୁଜୁ, ଫ୍ରାଞ୍ଚାଇଜି ନେଇ ୧କୋଟି ଟଙ୍କାରୁ ଅଧିକ ଟଙ୍କା ଠକି ନେଇଥିଲେ କୁନ୍ଦ୍ରା ଦମ୍ପତ୍ତି

ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଉଭୟଙ୍କ ବିରୋଧରେ ରୁଜୁ ହୋଇଛି ଠକେଇ ମାମଲା । ଜଣେ ବ୍ୟବସାୟୀ ବାନ୍ଦ୍ରା ପୋଲିସରେ ରାଜ ଓ ଶିଳ୍ପାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ମେସର୍ସ ଏସଏଫଏଲ ପ୍ରାଇଭେଟ କମ୍ପାନୀର ଡାଇରେକ୍ଟର ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା, କାଶିଫ ଖାନ, ଦର୍ଶିତ ଶାହା ଓ ତାଙ୍କ ସହଯୋଗୀ ୧କୋଟି ୫୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।

ଏହି କମ୍ପାନୀର ଫ୍ରାଞ୍ଚାଇଜି ନେଇ ପୁଣେ ଓ କୋରେଗାଓଁରେ ସ୍ପା ଓ ଜିମ୍‌ ସେଣ୍ଟର ଖୋଲିଲେ ବହୁତ ଫାଇଦା ହେବ ବୋଲି ତାଙ୍କୁ କୁହାଯାଇଥିଲା । ତେଣୁ ସେ ୧କୋଟି ଟଙ୍କାରୁ ଅଧିକ ଟଙ୍କା ରାଜ ଓ ଶିଳ୍ପାଙ୍କୁ ଦେଇଥିଲେ। ମାତ୍ର ସେମାନେ ଏହି ଅର୍ଥକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଧମକ ମିଳିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.