‘ଅଙ୍ଗ୍ ଲଗା ଦେ ରେ’ ଗୀତରେ ପୁଣି ଭାଇରାଲ ହେଲା ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସ : ଭଉଣୀ ବାହାଘରରେ ସମସ୍ତଙ୍କୁ କଲେ ସ୍ତବ୍ଧ
ନୂଆଦିଲ୍ଲୀ: ପୁଣି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଆଉ ଜଣେ ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସ । ସୋସିଆଲ ମିଡିଆରେ ସମସ୍ତେ ଏହାକୁ ନେଇ କମେଣ୍ଟ ଦେବା ଆରମ୍ଭ କରିଦେଲେଣି। ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସଙ୍କୁ ସମସ୍ତେ ପସନ୍ଦ କରୁଥିବା ଦେଖିଯାଇଛି। ବଲିଉଡ ଫିଲ୍ମର ଏହି ଗୀତ ଏବେ ସମସ୍ତଙ୍କୁ ପାଗଳ କରିଛି । ଆଉ ରିଲ୍ସରେ ମଧ୍ୟ ଏହି ଡ୍ୟାନ୍ସ ଭାଇରାଲ୍ ହେଉଛି ।
ଭାଇରାଲ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଏହି ପାକିସ୍ତାନୀ ଝିଅ ଜଣଙ୍କ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶକ ‘ଗୋଲିୟୋନ୍ କି ରାସଲିଲା ରାମ-ଲୀଲା’ର ଲୋକପ୍ରିୟ ଗୀତ ‘ ଅଙ୍ଗ୍ ଲଗା ଦେ ରେ’ ଗୀତରେ ତାଙ୍କ ଭଉଣୀଙ୍କ ବିବାହରେ ନାଚୁଥିବାର ନଜର ଆସିଛନ୍ତି।
ଡ୍ୟାନ୍ସ କ୍ଲିପ୍ ଟି ଇଣ୍ଟରନେଟ୍ ରେ ମାର୍କେଟ ନେଇଛି। ଭିଡିଓଟି ପ୍ରଥମେ ଇନଷ୍ଟାଗ୍ରାମରେ ନାତାଲିଆ କଲିଂ ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା । ଭିଡିଓଟିରେ ଦେଖିବାକୁ ମିଳିଛି ଜଣେ ସୁନ୍ଦର ଝିଅଟିଏ ବଲିଉଡ ଟ୍ରାକରେ ଏକ ବିବାହ ଉତ୍ସବରେ ଅତିଥିମାନଙ୍କ ଆଗରେ ଡ୍ଯାନ୍ସ କରୁଛନ୍ତି। ଏହା ସହିତ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି। ନିଜର ଆକ୍ଟିଙ୍ଗ ଏବଂ ଡ୍ଯାନ୍ସ ଷ୍ଟେପ୍ ଦ୍ବାରା ସେ ଷ୍ଟେଜରେ ଏକ ପ୍ରକାରର ନିଆଁ ଲଗାଇ ଦେବା ସହିତ ଦର୍ଶକଙ୍କୁ ସଂପୂର୍ଣ୍ଣ ସ୍ତବ୍ଧ କରାଇ ଦେଉଛନ୍ତି ।
View this post on Instagram
ତେବେ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରି ନାତାଲିଆ ଲେଖିଛନ୍ତି, “ଇନଷ୍ଟାଗ୍ରାମ ତାଙ୍କୁ ପୁରା ଘଟଣା ଅପଲୋଡ୍ କରିବାକୁ ଦେବ ନାହିଁ, କିନ୍ତୁ ଇଏ ତାଙ୍କର ପ୍ରତିଭାଶାଳୀ ସାନ ଭଉଣୀ ଏବଂ ଯାହାଙ୍କ ପାଇଁ ସେ ବହୁତ ଗର୍ବିତ। ତେଣୁ ଏହି ମୁହୂର୍ତ୍ତକୁ ସମସ୍ତଙ୍କ ସହ ବାଣ୍ଟିବାକୁ ସେ ଚାହୁଁଥିଲେ।” କିଛି ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓ ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିସାରିଛି।
ୟୁଜର୍ସ ମାନେ ସୋସିଆଲ ମିଡିଆରେ ଏହି ଡ୍ଯାନ୍ସକୁ ଦେଖିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କ ସୁନ୍ଦର ନୃତ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ସୂଚନା ଥାଉକି, ନିକଟରେ ପାକିସ୍ତାନୀ ଯୁବତୀ ଆୟେଶାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ନିଜ ବିବାହ ପୂର୍ବରୁ ସେ ତାଙ୍କ ମେହେନ୍ଦୀ ଉତ୍ସବରେ ଲତା ମଙ୍ଗେସକରଙ୍କ ଗୀତ ‘ମେରା ଦିଲ୍ ହୈ ପୁକାରେ ଆଜା’ରେ ଡ୍ୟାନ୍ସ କରିଥିଲେ। ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା।