ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ଏହି ଫଟୋ ହେଉଛି ଭାଇରଲ, ଫଟୋରେ ପ୍ରିୟଙ୍କା ପିନ୍ଧିଛନ୍ତି ଖାସ ଜ୍ୟାକେଟ

ବଲିଉଡ ଅଭିନେତା ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ଏକ ପୁରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଫଟୋ ଫ୍ୟାନମାନଙ୍କର ଧ୍ୟାନ ଆକର୍ଷଣ କରୁଛି। କାହିଁକିନା, ଏଥିରେ ପ୍ରିୟଙ୍କା ଯେଉଁ ଲାଲ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି, ସେଥିରେ ଦେବୀ କାଳୀଙ୍କ ଫଟୋ ରହିଥିବା ଦେଖିବାକୁ ମିଳୁଛି। ଏହି ଫଟୋର ବ୍ୟାକଗ୍ରାଉଣ୍ଡ ବି ବଢ଼ିଆ ରହିଛି।

ଅରିଜିନାଲ ଫଟୋକୁ ନିକ ୨୦୨୦ ଫେବୃୟାରୀରେ ସେୟାର କରିଥିଲେ ଏବଂ ଏବେ ଏହାକୁ ପ୍ରିୟଙ୍କା ଚୋପ୍ରା ଫ୍ୟାନ କ୍ଲବ ପେଜ ସେୟାର କରିଛି। ସେତେବେଳେ ଫଟୋ ସେୟାର କରି ନିକ ଲେଖିଥିଲେ, ‘ଆମ ପାଖରେ ଏକ ବ୍ୟାଣ୍ଡ ରୂପରେ ଏତେ ସାରା ଉତ୍ଥାନ ପତ୍ତନ ଥିଲା ଏବଂ ଆଜି ଆମେ ସମସ୍ତେ ଗତବର୍ଷକୁ ରିଫ୍ଲେକ୍ଟ କରି ଏଠାରେ ବସିଛୁ’।

ନିକ ଜୋନାସଙ୍କ ବ୍ୟାଣ୍ଡକୁ ୧ ବର୍ଷ ପୂରଣ

ନିକ ଜୋନାସ ପୋଷ୍ଟରେ ଆଗକୁ ଲେଖିଥିଲେ, ‘ଆମେ ସାହାଯ୍ୟ କରିପାରିବୁ ନାହିଁ। କିନ୍ତୁ ଆମେ ଜାଣିଛୁ କି, ଆମେ କେତେ ଭାଗ୍ୟଶାଳୀ। ଆମ ପାଖରେ ଦୁନିଆରେ ସବୁଠୁ ଭଲ ଫ୍ୟାନ୍ସ ଅଛନ୍ତି ଏବଂ ଆମେ ଏ ସବୁ ଗୋଟିଏ ପରିବାର ରୂପରେ କରୁଛୁ। ଆପଣମାନଙ୍କୁ ୧ ବର୍ଷର ଅଭିନନ୍ଦନ ଏବଂ ଆମେ ଆପଣ ସମସ୍ତଙ୍କୁ ଭଲ ପାଉ। ଧନ୍ୟବାଦ’।

Leave A Reply

Your email address will not be published.