ପ୍ରିୟଙ୍କାଙ୍କ ପରେ ଆମିର : ପଟାକାର ଟ୍ରେଲର ଦେଖି କଲେ ତାରିଫ୍

ମୁମ୍ବାଇ : ଦଙ୍ଗଲ ଗାର୍ଲ ସାନ୍ୟା ମଲହୋତ୍ରାଙ୍କୁ ତାଙ୍କ ଅପକମିଙ୍ଗ ଫିଲ୍ମ ପଟାକା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଅମୀର ଖାନ୍ । ସେ ଟ୍ଵିଟ୍ କରି କହିଛନ୍ତି ଫିଲ୍ମର ଟ୍ରେଲର ବହୁତ ପସନ୍ଦ ଆସିଛି । ଦଙ୍ଗଲ ପରେ ସାନ୍ୟାଙ୍କ ପ୍ରଥମ ଫିଲ୍ମ ପାଇଁ ଶୁଭକାମନା ଜଣାଇଛି ଅମୀର ଖାନ୍ । ତେବେ ଏହା ପୂର୍ବରୁ ପଟାକା ଫିଲ୍ମ ଟ୍ରେଲର ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ଏନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଜଣାଇବା ସହ ଫିଲ୍ମରେ ଅଭିନୟ କରିଥିବା ସାନ୍ୟା ମଲହୋତ୍ରା ଏବଂ ରାଧିକା ମଦାନଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲେ।
Loved the trailer Sanya !!! Your first film after Dangal !! Good luck and all the very best !
Love.
a.https://t.co/WmW874ns0l— Aamir Khan (@aamir_khan) August 14, 2018
This trailer looks amazing @VishalBhardwaj I can’t believe it’s based on two real sisters! Lol. I need to meet them! Check it out!! #PataakhaTrailer https://t.co/shTG5uZeoA
— PRIYANKA (@priyankachopra) August 15, 2018
ନିକଟରେ ରିଲିଜ ହୋଇଛି ଅପକମିଙ୍ଗ ଫିଲମ ପଟାକାର ଟ୍ରେଲର। ବଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜଙ୍କ ଏହି ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଭରପୁର ଡ୍ରାମା ଓ କମେଡି। ରାଜସ୍ଥାନର ଏକ ଛୋଟ ଗାଁରେ ରହୁଥିବା ଦୁଇ ଭଉଣୀଙ୍କୁ ନେଇ ରହିଛି ଫିଲ୍ମର କାହାଣୀ। ସବୁବେଳେ ପରସ୍ପର ସହ ଝଗଡା କରନ୍ତି ଦୁଇ ଭଉଣୀ। ସେମାନଙ୍କ ଜୀବନରେ ଆସେ ଅନେକ ଟ୍ଵିଷ୍ଟ। ସୁନୀଲ ଗ୍ରୋଭର, ବିଜୟ ରାଜ, ସାନ୍ୟା ମଲହୋତ୍ରା ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚରଣ ସିଂ ପାଠକଙ୍କ କାହାଣୀ ଦୁଇ ବହନେ ଉପରେ ଆଧାରିତ ଏହି ଫିଲ୍ମ। ୨୮ ସେପଟେମ୍ବରେ ରିଲିଜ ହେବ ପଟାକା।