ବଲିଉଡ଼ରେ ସଫଳ ଫିଲ୍ମ କ୍ୟାରିୟର ଛାଡି ଚାଷ କାମ କରୁଛନ୍ତି ଆମୀରଙ୍କ ଭାଇ, ଜାଣନ୍ତୁ କାହିଁକି

ହିନ୍ଦୀ ଫିଲ୍ମରେ ମିଷ୍ଟର ପରଫେକସନିଷ୍ଟ କୁହାଯାଉଥିବା ଆମୀର ଖାନ ନିଜ କାରିୟରର ଆରମ୍ଭ ୧୯୭୩ ମସିହାରେ ୟାଦ କି ବାରାତରେ ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ । ଆମୀରଙ୍କ ପ୍ରଥମ ଚଳତିତ୍ର ୧୯୮୪ ମସିହାରେ ତିଆରି ହୋଇଥିଲା ହୋଲି । ଏହାପରେ ସେ ବହୁତ ଫିଲ୍ମରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ହିଟ ହୋଇଥିଲା । ଯାହା ଫଳରେ ଆମୀରଙ୍କୁ ଏକ ନୁଆ ପରିଚୟ ମିଳିଥିଲା । କିନ୍ତୁ ତାଙ୍କ ଭାଇ ଫୌଜଲ ଖାନ ବଲିଉଡରେ ସଫଳ ହୋଇ ପାରିନଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଆମିରଙ୍କର ଆଉ ଜଣେ ଭାଇ ଅଛନ୍ତି ବୋଲି । ଯିଏକି ପ୍ରଥମ ଫିଲ୍ମରେ ଇଣ୍ଡଷ୍ଟ୍ରିରେ ନିଜର ସଫଳ କ୍ୟାରିୟର ତିଆରି କରିସାରିଛନ୍ତି ।

ବର୍ତମାନ ସେ ଚାଷବାସ କରୁଛନ୍ତି । ତେବେ ଆମୀର ଖାନଙ୍କ ସମ୍ପର୍କୀୟ ଭାଇ ମନସୁର ଖାନଙ୍କ ବିଷୟରେ ଆମେ କହୁଛୁ । ମନସୁର ଆମୀରଙ୍କ ଠାରୁ ବୟସରେ ବଡ ଅଟନ୍ତି । କିନ୍ତୁ ସେ ଅଭିନେତା ନୁହନ୍ତି । ମନସୁର ଖାନ କ୍ଷେତବାଡିରେ କାମ କରନ୍ତି । ସେ ଆମୀର ଖାନଙ୍କ ଫିଲ୍ମ କୟାମତ ସେ କୟାମତକୁ ପ୍ରଯୋଜନା କରିଥିଲେ । ଏହାପରେ ମନସୁର ଜୋ ଜିତା ୱହି ସିକନ୍ଦର ,ଅକେଲେ ହାମ ଅକେଲେ ତୁମ,ଜୋଶ ଭଳି ଫିଲ୍ମ କୁ ପ୍ରଯୋଜନା କରିଥିଲେ ।ଏହାପରେ ସେ ଇଣ୍ଡଷ୍ଟ୍ରିରୁ କିଛି ସମୟ ପାଇଁ ବ୍ରେକ ନେଇଥିଲେ ।

ଏହାର କିଛି ବର୍ଷରେ ସେ ୨୦୦୮ ରେ ଜାନେ ତୁ ୟା ଜାନେ ନା ସହିତ ପୁଣିଥରେ ଏହି ପିଲ୍ମକୁ ପ୍ରଜଯୋନା କରିଥିଲେ । ସବୁଠାରୁ ଖାସ କଥା ଥିଲା ତାଙ୍କର ସମସ୍ତ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ ସହିତ ବ୍ଲକ ବ୍ଲାଷ୍ଟର ଥିଲା । କିନ୍ତୁ ସେ ନିଜର ଉଜ୍ଜଳ ଭବିଷ୍ୟତ ଛାଡି କ୍ଷେତରେ ଚାଷବାସ କରୁଛନ୍ତି ।  ନିଡର ସଫଳ ଫିଲ୍ମ କାରିୟର ଛାଡିଲା ପରେ ସେ ସ୍ତ୍ରୀ ଓ ଦୁଇ ସନ୍ତାନ ମେରି ଖାନ ଓ ପାବୋଲ ଇବାନ ଖାନଙ୍କ ସହିତ କୁନୁରରେ ରହୁଛନ୍ତି । ସେଠାରେ ଚାଷବାସ କରୁଛନ୍ତି । ତାଙ୍କ ଝିଅ ଏକ ଅଭିନେତ୍ରୀ ଓ ପୁଅ ନିର୍ଦେଶକ ଅଟନ୍ତି । ମନସୁର ଖାନ ପ୍ରଡକ୍ସନର ଫିଲ୍ମଗୁଡିକର ନିର୍ଦେଶନା ଦେଉଛନ୍ତି ।

ନିଜର ସଫଳ ଫିଲ୍ମ କ୍ୟାରିୟର ଛାଡିଲା ପରେ ପତ୍ନୀ ଓ ଦୁଇ ପିଲାଙ୍କ ସହ କୁନୁରରେ ରହୁଛନ୍ତି । ସେଠାରେ ସେ ଜୌବିକ ପ୍ରଣାଳୀ ସାହାଯ୍ୟରେ ଚାଷକାର୍ଯ୍ୟ କରୁଛନ୍ତି । ମନସୁର ଖାନଙ୍କ ଝିଅର ନା ଜୌନ ମେରିଖାନ ଓ ପୁଅର ନାମ ପାବୋଲ ଇବାନ ଖାନ । ମନସୁର ଖାନଙ୍କ ଝିଅ ଜୌନ ମେରି ଖାନ ଜଣେ ଅଭିନେତ୍ରୀ । ତାଙ୍କ ପୁଅ ପାବୋଲ ଇବାନ ଖାନ ଜଣେ ନିର୍ଦେଶକ ହୋଇଗଲେଣି । ମନସୁରଖାନ ପ୍ରଡକସନର ଫିଲ୍ମ ଗୁଡିକରେ ସେ ନିର୍ଦେଶନା ଦେଉଛନ୍ତି ।
ମନସୁର ପନିର ତିଆରି କରନ୍ତି । କାରଣ ତାଙ୍କ ସ୍ତ୍ରୀ ଙ୍କ ଖୁସି ତାଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ ଅଟେ। ସେ କହିଛନ୍ତି ତାଙ୍କ ସ୍ତ୍ରୀ ଯଦି କୁନୁରରେ ଖୁସି ହୋଇନଥାନ୍ତେ ତାହେଲେ ସେ କେବେ ଖୁସି ହୋଇ ରହିନଥାନ୍ତେ । ମନସୁର ସିଧା କହିଥିଲେ କି ସେ ଫିଲ୍ମ ବିଷୟରେ କିଛି କହିବାକୁ ଉତ୍ସାହିତ ନୁହନ୍ତି । କାରଣ ସେ ନିଜ ଲେଖା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଫିଲ୍ମ ଉପରେ ଚର୍ଚ୍ଚା କରିବା ବେକାର ଅଟେ । କଣ ଲାଭ ଏଭଳି ଫିଲ୍ମ ତିଆରିକରି ଯେଉଁଥିରେ ପ୍ରକୁତି ନଷ୍ଟ ହେଉଛି । ମୁଁ ମୋ ଫିଲ୍ମ ବିଷୟରେ ଚର୍ଚ୍ଚା କରିବାରୁ ଚାହୁନାହିଁ ଯାହା ମତେ ଭଲ ଲାଗୁନାହ୍ଁ ।

You might also like