ଛାତରେ ଏମିତି ଅବସ୍ଥାରେ ନଜର ଆସିଲେ ଅମୀର ଖାନ୍‌ଙ୍କ ଝିଅ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଅମୀର ଖାନ୍‌ଙ୍କ ଝିଅ ବଲିଉଡ୍‌ରେ ପାଦ ରଖିସାରିଲେଣି। ଏବେ ଅମୀର ତନୟା ଇରା ଏକ ନାଟକର ନିର୍ଦ୍ଦେଶନା ଦେଉଛନ୍ତି। ଏଥିସହ ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟଭ୍‌ ଥାଆନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଲକ୍ଷାଧିକ ଫଲୋୟର୍ସ ରହିଛନ୍ତି। ନିକଟରେ ଇରା ନିଜ ଇନ୍‌ଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି।

ଫଟୋରେ ସେ ଛାତ ଉପରେ ଶୋଇଥିବା ଦେଖିବାକୁ ମିଳିଛି। ଇରା ଫଟୋରେ ଏକ ଶର୍ଟସ ପିନ୍ଧିଛନ୍ତି। ଏଥିସହ କାନରେ ଇୟରଫୋନ୍‌ ଲଗାଇଛନ୍ତି। ଫଟୋରେ ସେ କ୍ୟାପସନ୍‌ ଲେଖିଛନ୍ତି ‘ମୋ ଛାତକୁ ମୁଁ ଖୁବ୍‌ ଭଲ ପାଏ। ସିମେଣ୍ଟ ଗରମ ରହିଛି। ଏହି ପବନ ଓ ଦୃଶ୍ୟ ସବୁଥର ମତେ ଆଶ୍ଚର୍ଯ୍ୟଚକିତ କରିଥାଏ। ହାପି ଓ୍ଵିକ୍‌ଏଣ୍ଡ।’

ଏହାସହ ପଢ଼ନ୍ତୁ: ଆଥ୍‌ଲେଟ୍‌ଙ୍କୁ ସୁଟିଂ କରିବାକୁ ଏମିତି ଦୌଡ଼ିଲେ କ୍ୟାମେରାମ୍ୟାନ୍‌, ନିଜେ ହୋଇଗଲେ ବିଜୟୀ; ଅମିତାଭ ସେୟାର କଲେ ଭିଡ଼ିଓ

୧୨ ହଜାରରୁ ଊର୍ଦ୍ଧ୍ୱ ୟୁଜର୍ସ ଇରାଙ୍କ ଏହି ଫଟୋକୁ ଲାଇକ୍‌ କରିସାରିଲେଣି। ଫ୍ୟାନ୍‌ମାନେ କମେଣ୍ଟ କରି ଇରାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ସେହିଭଳି କିଛି ଲୋକ ଇରାଙ୍କୁ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ‘ଛାତରୁ ପଡ଼ି ନ ଯାଆନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.