ସାମ୍ନାକୁ ଆସିଲା ଅମିର ଖାନ୍‌ଙ୍କ ନୂଆ ଗୀତର ଫାଷ୍ଟଲୁକ୍‌, ଏଲି ଅବରାମ୍‌ଙ୍କ ସହ ଏହି ଅନ୍ଦାଜ୍‌ରେ ଆସିଲେ ନଜର

ବଲିଉଡ୍‌ ସୁପରଷ୍ଟାର ଅମିର ଖାନ୍‌ ଓ ଅଭିନେତ୍ରୀ ଏଲି ଅବରାମ୍‌ଙ୍କ ଡ୍ୟାନ୍ସ ଭିଡିଓର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏଲି ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ ଗୀତର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଭିଡିଓରେ ଅମିର ଖାନ୍‌ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ପ୍ରକାଶ ଯେ, କିଛି ଦିନ ତଳେ ହିଁ ଉଭୟଙ୍କ ନୂଆ ଡ୍ୟାନ୍ସ ନମ୍ବରର ଭିଡିଓ ଭାଇରାଲ ହୋଇଥିଲା, ସେଥିରେ ଉଭୟେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ଅମିର ଖାନ୍‌ ଓ ଏଲି ଅବରାମ୍‌ ଫିଲ୍ମ ‘କୋଇ ଜାନେ ନା’ର ଏକ ସ୍ପେଶାଲ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଗୀତ ୧୦ ମାର୍ଚ୍ଚରେ ରିଲିଜ୍‌ ହେବ। ଫାଷ୍ଟଲୁକ୍‌ ସେୟାର କରି ଏଲି କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ସେ ସବୁ କାମରେ ପାରଙ୍ଗମ ଓ ଇଏ ନୃତ୍ୟ ମଞ୍ଚର ରାଣୀ। ୧୦ ମାର୍ଚ୍ଚରେ ଏମାନଙ୍କୁ ଭେଟିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ। #KoiJaaneNaMovie. #HarFunnMaula

 

View this post on Instagram

 

A post shared by Elli AvrRam (@elliavrram)


ଅମିର ଖାନ୍‌ ନିଜ ଅପକମିଂ ଗୀତରେ ନିଜ ଲୁକ୍‌ ନିଜେ ଡିଜାଇନ୍‌ କରିଛନ୍ତି। ସେ କୁଲ୍‌ ଓ କାଜୁଆଲ ହିପ୍ଟର ଭାଇବ୍‌ ସହ ଏକ ଲୁକ୍‌ ଡିଜାଇନ୍‌ କରିଛନ୍ତି। ଏହି ଗୀତର ସୁଟିଂ ବେଳେ ସେ ବେଶ୍‌ ମସ୍ତିଭରା ମୁଡ୍‌ରେ ନଜର ଆସିଛନ୍ତି। ଏହାର ସୁଟିଂ ପାଇଁ ଅମିର ‘ଲାଲ ସିଂହ ଚଡ୍ଡା’ ର ସିଡ୍ୟୁଲରୁ ବ୍ରେକ୍‌ ନେଇ ଜୟପୁର ଯାଇଥିଲେ।

ଅମିର ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ। ଏହି ଫିଲ୍ମ ପାଇଁ ଅମିର ଖୁବ୍‌ ପରିଶ୍ରମ କରୁଛନ୍ତି। ଦର୍ଶକଙ୍କ ମନ ଜିତିବାକୁ ଅମିର ଏହି ଫିଲ୍ମ ପାଇଁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.