ଅମୀର ଖାନ ନେଲେ ମୋଦିଙ୍କ ସପୋର୍ଟ, ସୋସିଆଲ ମିଡିଆରେ କହିଲେ ଏପରି କଥା

ବଲିଉଡର ଷ୍ଟାର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଅମୀର ଖାଁ ଜଣେ ପ୍ରକୃତି ପ୍ରେମୀ ମଧ୍ୟ । ଏହା ସହିତ ତାଙ୍କୁ ବିଭିନ୍ନ ସମୟରେ ବହୁ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହେବାରେ ମଧ୍ୟ ଦେଖାଯାଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଏ କ୍ଷେତ୍ରରେ ସମର୍ଥନ କରିଛନ୍ତି । ତାଙ୍କ ସଞ୍ଚାଳିତ ‘ସତ୍ୟମେବ ଜୟତେ’ ନାମକ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ବହୁତ ଥର ପ୍ରକୃତିକୁ କିପରି ସଂରକ୍ଷଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି ।
ନିକଟରେ ଅମୀର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋଦିଙ୍କ ପରିବେଶ ଧର୍ମୀ କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହ ‘ସିଙ୍ଗଲ ୟୁଜ ପ୍ଲାଷ୍ଟିକ’ କିପରି ରୋକା ଯାଇପାରିବ ସେ ବିଷୟରେ କହିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ ଦେଶର ପ୍ରତିଟି ନାଗରିକ ମୋଦିଙ୍କର ଏହି ଅଭିଯାନକୁ ସମର୍ଥନ କରିବା ଉଚିତ । ରବିବାର ରେଡିଓରେ ପ୍ରସାରିତ ହେଉଥିବା “ମନ କି ବାତ” କାର୍ଯ୍ୟକ୍ରମରେ ମୋଦି ପ୍ଲାଷ୍ଟିକର ଯଥାସମ୍ଭବ କମ ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମୋଦି କହିଛନ୍ତି ୨ ଅକ୍ଟୋବର ବାପୁଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କେବଳ ଖୋଲାରେ ଶୌଚ ମୁକ୍ତ ଭାରତ ନୁହେଁ ବରଂ ପ୍ଲାଷ୍ଟିକ ବିରୁଦ୍ଧରେ ମଧ୍ୟ ଜନ ଆନ୍ଦୋଳନ ଜାରି ରହିବ ।
ଅମୀର ଆଜିକାଲି ତାଙ୍କର ନୂଆ ମୁଭି ‘ଲାଲ ସିଂ ଚଢା’ ଉପରେ କାମ କରୁଛନ୍ତି । ତାଙ୍କର ପୂର୍ବ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ଥାନ ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା ଏବଂ ଏହି ଫିଲ୍ମ ଫ୍ଲପ ହେବାପାଇଁ ଅମୀର ନିଜକୁ ଦାୟୀ କରିଥିଲେ । ବର୍ତ୍ତମାନ ଅମୀର ଖାନ ଯେଉଁ ଫିଲ୍ମ ଉପରେ କାମ କରୁଛନ୍ତି ତାହା ହେଉଛି ହଲିଉଡର ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ ।