ପୁଣି ପ୍ରେମରେ ପଡିଲେ ଆମିର ଖାନ, ବର୍ଷେ ହେବ ଗୌରୀଙ୍କୁ ଡେଟ୍ କରୁଛନ୍ତି 

ବଲିଉଡର ମିଷ୍ଟର ପରଫେକସନିଷ୍ଟ ଆମିର ଖାନ୍ ପୁଣି ଥରେ ଚର୍ଚ୍ଚାରେ । ପ୍ରେମ, ବିବାହ, ପରିବାର ଏବଂ କ୍ୟାରିୟର ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆମିର ପୁଣିଥରେ ପ୍ରେମ ପାଇଁ ଚର୍ଚ୍ଚାରେ । ଆମିର ଆଜି ୬୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ନିଜ ଲଭ୍ ଲାଇଫକୁ ନେଇ ଖୁସି ଖବର ଦେଇଛନ୍ତି । ଗଣମାଧ୍ୟମ ସହ ନିଜ ଗାର୍ଲଫ୍ରେଣ୍ଡର ପରିଚୟ କରାଇଛନ୍ତି ।

ଆମିର ଜନ୍ମଦିନ ପାଳନ ଅବସରରେ ସେ ନିଜର ନୂଆ ପ୍ରେମିକାଙ୍କ ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । କିନ୍ତୁ ତାଙ୍କର ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ । ଆମିରଙ୍କ ପ୍ରେମିକାଙ୍କ ନାଁ ଗୌରୀ ସ୍ପ୍ରାଟ୍ । ସେ ଆମିରଙ୍କ ପ୍ରଯୋଜନା ସଂସ୍ଥାରେ ଜଣେ କର୍ମଚାରୀ ଭାବେ କାମ କରନ୍ତି । ଗତ ବର୍ଷରୁ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । ଗୌରୀଙ୍କୁ ସେ ଗତ ୨୫ ବର୍ଷ ହେଲା ଜାଣିଛନ୍ତି । ଗୌରୀ ଏବେ ବେଙ୍ଗାଲୁରୁରେ ରହୁଛନ୍ତି । ସେ ତାଙ୍କ ସ୍ୱାମୀଙ୍କଠୁ ଅଲଗା ରହୁଥିବାବେଳେ ତାଙ୍କର ଏକ ୬ ବର୍ଷର ପୁଅ ବି ଅଛି ।

ସୂଚନାନୁସାରେ ଗୌରୀ ମୁମ୍ବାଇ ସିବା ପୂର୍ବରୁ ବେଙ୍ଗାଲୁରୁରେ ଏକ ସାଲୋନ ଚଳାଉଥିଲେ । ଦୁହେଁ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍ସିପ୍ ମେଣ୍ଟନ କରୁଥିବାରୁ ତାଙ୍କ ସଂପର୍କ ମିଡିଆ ଠାରୁ ଦୂରରେ ଥିଲା । ଗୌରୀ ଆମିରଙ୍କ ପରିବାର ସହ ଭେଟି ସାରିଛନ୍ତି । ପୂରା ପରିବାର ଏଥିରେ ସହମତି ଜଣାଇଛନ୍ତି । ନିକଟରେ ସଲମାନ ଖାନ ଏବଂ ଶାହରୁଖ ଖାନ ୧୨ ମାର୍ଚ୍ଚରେ ଆମିରଙ୍କ ଘରେ ଏକାଠି ନଜର ଆସିଥିଲେ । ଇଣ୍ଡଷ୍ଟ୍ରୀର ସବୁଠୁ ପୁରୁଣା ବନ୍ଧୁଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ ।

ଆମିର ପୂର୍ବରୁ ରୀନା ଦତ୍ତଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହରୁ ଉଭୟଙ୍କର ୨ ସନ୍ତାନ- ଝିଅ ଇରା ଓ ପୁଅ ଜୁନୈଦ ଅଛନ୍ତି । ଇରା ୨୦୨୪ରେ ବିବାହ କରିଥିଲେ । ୨୦୦୫ ମସିହାରେ କିରନ ରାଓଙ୍କୁ ଆମିର ବିବାହ କରିଥିଲେ । ୨୦୨୧ରେ ଉଭୟ ବିବାହ ବିଚ୍ଛେଦ ଘୋଷଣା କଲେ । ଏମାନଙ୍କର ମଧ୍ୟ ଏକ ପୁଅ ରହିଛି । ଯାହାଙ୍କ ନାମ ଜୁନୈଦ ।

Also Read : ହୋଲି ପାଳନ କରିବା ପୂର୍ବରୁ ଆୟନ ହୋଇଗଲେ ଏକା, ବାପା ଦେବ ମୁଖାର୍ଜୀଙ୍କ ପରଲୋକ