ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ ପ୍ରକୃତ ରୂପକୁ ଆଉ ଲୁଚାଉନଥିବା ଦେଖାଯାଇଛି। ଏବେ କେତେକ କଳାକାର ପାଚିଲା ଚୁଟିରେ ବି ବିନ୍ଦାସ ଫଟୋ ସୁଟ୍‌ କରି ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖାଯାଇଛି।

ଫିଲ୍ମ ନିର୍ମାତା କରନ୍‌ ଜୋହର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ଏବେ ସେ ୨୪ ଘଣ୍ଟା ଘରେ ବିତାଉଛନ୍ତି। ପ୍ରାୟତଃ ସେ ନିଜ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରିଥାନ୍ତି। କିଛି ଦିନ ତଳେ କରନ୍‌ ନିଜର ଏକ ନୂଆ ଲୁକ୍‌ ସେୟାର କରିଥିଲେ। ଏହି ନୂଆ ଲୁକ୍‌ରେ କରନ୍‌ଙ୍କ ପାଚିଲା ଚୁଟି ଦେଖିବାକୁ ମିଳିଛି।


ସେହିପରି ଖିଲାଡ଼ି କୁମାର ମଧ୍ୟ ପ୍ରାୟତଃ କରୋନାକୁ ନେଇ ସଚେତନତା ଭିଡିଓ ସେୟାର କରିଥାନ୍ତି। ଭିଡିଓରେ ଅକ୍ଷୟଙ୍କ ପାଚିଲା ଚୁଟି ଓ ଦାଢ଼ି ଦେଖିବାକୁ ମିଳିଥିଲା।

 

View this post on Instagram

 

Happy Father’s Day!❤🤗 Thanks for being you. . . . #fathersday #love

A post shared by Ira Khan (@khan.ira) on

ଫାଦର୍ସ ଡେରେ ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ। ସେଥିରେ ଅମିରଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। ଧଳା ଚୁଟିରେ ଅମିର ସ୍ପାଇକ ଷ୍ଟାଇଲ କରିଥିଲେ।


ଲାରା ଦତ୍ତ ନିଜର ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଫଟୋରେ ଲାରାଙ୍କ ଧଳା ଚୁଟି ସ୍ପଷ୍ଟ ନଜର ଆସିଥିଲା।

 

View this post on Instagram

 

. Get your shot of Sun. Every day. 10 mins. . Find a way. #stayalert #mentalhealth #vitd #staybright #lockdowntips

A post shared by Hrithik Roshan (@hrithikroshan) on

ଲକ୍‌ଡାଉନ୍‌ ଯୋଗୁ ହ୍ରିତିକ ରୋଶନ୍‌ ଏବେ ପିଲାଙ୍କ ସହ ସମୟ କାଟୁଛନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ। ସେଥିରେ ହ୍ରିତିକଙ୍କ ଧଳା ଚୁଟି ଓ ଦାଢ଼ି ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.