ଶାହାରୁଖଙ୍କ ପରେ ଆମିର ଖାନ ଛାଡିବେ ନିଜ ଘର…ଜାଣନ୍ତୁ କାହିକିଁ

କିଛି ମାସ ପୁର୍ବରୁ ବଲିଉଡ ଜଗତର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ଘର ‘ମନ୍ନତ’ରୁ ସ୍ଥାନାନ୍ତରିତ ହୋଇଛନ୍ତି ।  ଏବେ ଆମିର ଖାନଙ୍କୁ ତାଙ୍କ ଘର ଛାଡିବାକୁ ପଡିବ । ହଁ ଆଜ୍ଞା ପାଲି ହିଲ୍ ଘର ଛାଡିବେ ଆମିର କାରଣ ସେହି କୋଠାଟି ଏବେ ପୁଣିଥରେ ତିଆରି କରାଯିବ ।  ସେଥିପାଇଁ ଆମିର ଖାନ ଘର ଛାଡିବେ ବୋଲି ପ୍ରସ୍ତୁତ ହେଉଛନ୍ତି ।  ଏକ ରିପୋର୍ଟ ଅନୁସାରେ ମ୍ୟାନ୍ ଇନଫ୍ରାକନଷ୍ଟ୍ରକସନ୍ ଲିମିଟେଡ୍ ନାମକ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଏହି ବର୍ଷ ଶେଷ ଭାଗରେ ମୁମ୍ବାଇର ପାଲି ହିଲରେ ଏକ ବିଳାସପୂର୍ଣ୍ଣ ପ୍ରଜେକ୍ଟ ଆରମ୍ଭ କରିବାକୁ ଯାଉଛି ।

ଏହି ପ୍ରକଳ୍ପଟି ଆମିର ଯେଉଁ କୋଠାରେ ରୁହନ୍ତି ସେହି କୋଠାରେ ତିଆରି କରାଯିବ ଏବଂ ସେଠାରେ ଅନେକ ଫ୍ଲାଟ୍ ଅଛି ।  ଏହି କୋଠାରେ ଆମିରଙ୍କର ପ୍ରାୟ ୧୨ଟି ଫ୍ଲାଟ୍ ଅଛି । ଯେବେ ଏହି କୋଠା ପୁନଃନିର୍ମାଣ କରାଯିବ ସେହିସମୟରେ ତାଙ୍କୁ ଏବଂ ଅନ୍ୟମାନଙ୍କୁ ନୂତନ ଫ୍ଲାଟ ଦିଆଯିବ ।  ଏହା ବ୍ୟତୀତ ଆମିର ପାଲି ହିଲରେ ଆଉ ଏକ ସମ୍ପତ୍ତି କିଣିଛନ୍ତି ।  ଏହି ଘରଟି ୧,୦୨୭ ବର୍ଗଫୁଟ ଏବଂ ଏହାର ମୂଲ୍ୟ ୯ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଛି ।  ଏହି ସମ୍ପତ୍ତିର ପଞ୍ଜୀକରଣ ଜୁନ୍ ୨୦୨୪ ରେ କରାଯାଇଥିଲା, ଯେଉଁଥିରେ ୫୮.୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୩୦,୦୦୦ ଟଙ୍କାର ରେଜିଷ୍ଟ୍ରେସନ ଫି ଦିଆଯାଇଥିଲା ।

MICL ପରିଚାଳନା ନିର୍ଦ୍ଦେଶକ ମନନ ଶାହ କହିଛନ୍ତି ଏହି ପ୍ରୋଜେକ୍ଟ ବର୍ତ୍ତମାନ ଅନୁମୋଦନ ହୋଇଛି  ।  ତେବେ ତାଙ୍କ ଟିମ ସମାଜର ଏକ ଟିମ ସହ ମିଶି ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରୁଛନ୍ତି । ଏହି ପ୍ରକଳ୍ପ ଡିସେମ୍ବର ୨୦୨୫ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।  ମନନ ଶାହ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ଫ୍ଲାଟର ମୂଲ୍ୟ ପ୍ରତି ବର୍ଗଫୁଟ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ ବୋଲି ଜଣା ପଡିଛି ।

Also read: ମନ୍ନତ ପାଇଁ ଶାହରୁଖ ସରକାରଙ୍କ ଠାରୁ ପାଇବେ ୯ କୋଟି ଟଙ୍କା