ଠକରୁ ଭଗବାନ ହେବେ ଆମିର : ଖୁବ୍ ଶୀଘ୍ର ‘ଓସୋ’ଙ୍କ ବାୟୋପିକରେ ଅାସିବେ ନଜର

ମୁମ୍ବାଇ : ବଲିଉଡ଼ରେ ପରଫେକ୍ଟସନିଷ୍ଟ ଭାବେ ଜଣାଯାଉଥିବା ଆମିର ଖାନ ବି-ଟାଉନର ସବୁଠାରୁ ବ୍ଯସ୍ତ କଳାକାର ମାନଙ୍କ ମଧ୍ୟରେ ଜଣେ। ଅନ୍ଯ ବଲିଉଡ଼ କଳାକାର ମାନେ ବର୍ଷକୁ ୩-୪ଟି ଫିଲ୍ମ କରୁଥିବା ବେଳେ ଆମିରଙ୍କ ପରଫେକ୍ଟ ଗୋଟିଏ ଫିଲ୍ମ ସେ ସବୁକୁ ପଛରେ ପକାଇ ଦେଇଥାଏ। ନିକଟରେ ଆମିରଙ୍କୁ ଅନେକ ବିଗ୍-ବଜେଟ ଫିଲ୍ମ ସହ ଯୋଡ଼ା ଯାଇଥିବା ବେଳେ ତାହା ବିଷୟରେ କୌଣସି ଅନୁଷ୍ଠାନିକ ସୂଚନା ମିଳିନଥିଲା। ଏବେ ଆମିର ଖାନ ‘ଓସୋ’ ବାବାଙ୍କ ବାୟୋପିକରେ ନଜର ଆସିବା ପାଇଁ ପ୍ରସ୍ତୁତି କରୁଥିବା ନେଇ ଖବର ଆସିଛି।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଡ଼ିସେମ୍ବର ସୁଧା ଆମିର ଓସୋ ଫିଲ୍ମର ସୁଟିଂ ଆରମ୍ଭ କରିଯିବ। ଏହାର ସୁଟିଂ ପୁଣେ ସ୍ଥିତ ଓସୋ ଆଶ୍ରମରେ ଆରମ୍ଭ କରାଯିବ ନେଇ ସୂଚନା ମିଳିଛି। ଫିଲ୍ମର ନିର୍ମାତ ଆମିରଙ୍କ ସହ ରଜନୀଶ ଓସୋଙ୍କ ଚରିତ୍ର ଅଭିନୟ କରିବା ପାଇଁ କଥା ହୋଇଛନ୍ତି। ତେବେ ଏଥିରେ କେବଳ ଆମିର ନୁହଁ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବା ନେଇ ଖବର ଆସିଛି।
ଓସୋ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଧା ଆରମ୍ଭ ହେବା ନେଇ ସୂଚନା ମିଳିଛି। ଆମିର ଏହି ପ୍ରୋଜେକ୍ଟ ପାଇଁ ସବୁଜ ସଂଙ୍କେତ ଦେଖାଇଛନ୍ତି। ଆମିର ଏହି ଚରିତ୍ର ପାଇଁ ନିଜ ଲୁକ୍ ଟେଷ୍ଟ ମଧ୍ୟ କରିଛନ୍ତି। ଫିଲ୍ମର ସୁଂଟି ଜବଲପୁର, ପୁଣେ ଏବଂ ବିଦେଶରେ ସୁଟିଂ କରାଯିବ। ଆମିର ବର୍ତ୍ତମାନ ଠଗ୍ସ ଅଫ ହିନ୍ଦସ୍ତାନରେ ବ୍ଯସ୍ତ ରହିଥିବା ବେଳେ ଏହାର ରିଲିଜ୍ ପରେ ସେ ଓସୋର ସୁଟିଂ ଆରମ୍ଭ କରିବେ ନେଇ ସୂଚନା ରହିଛି। ପ୍ରତିଥର ଭଳି ଆମିର ନିଜର ଅପକମିଂ ଫିଲ୍ମ ବିଷୟରେ କିଛି ପ୍ରକାଶ କରିନାହାନ୍ତି।