ଅମୀର କହିଲେ ରାଣୀ ମୁଖାର୍ଜୀଙ୍କୁ ବୁଢ଼ି , କାହିଁକି ଜାଣନ୍ତୁ କାରଣ ?

ମୁମ୍ବାଇ : ବଲିଉଡ଼ର ବିଶିଷ୍ଟ କଳାକାର ମାନଙ୍କ ମଧ୍ୟରେ ଗଣା ରାଣୀ ମୁଖାର୍ଜୀ। ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ହିଚକିରେ ମଧ୍ୟ ତାଙ୍କର ଅକର୍ଷଣୀୟ ଅଭିନୟ ଦେଖିବାକୁ ମିଳିଥିଲା। ଫିଲ୍କଟି ଖାଲି କ୍ରିଟିକି ନୁହଁ ବରଂ ଦର୍ଶକଙ୍କୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ ଆସିଥିଲା। କିନ୍ତୁ ଏଥି ମଧ୍ୟରେ ଏକ ମିଡ଼ିଆ ସାକ୍ଷାତକାର ସମୟରେ ବଲିଉଡ଼ର ପରଫେକ୍ଟଟନିଷ୍ଟ ଅମୀର ଖାନ, ରାଣୀଙ୍କ ପାଇଁ ଏପରି ବାକ୍ୟ କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା।

rani-mukerji

ଅମୀର କହିଥିଲେ , “ରାଣୀ ଜଣେ ବୁଢ଼ିଙ୍କ ଅଭିନୟ ବହୁତ ଭଲ ଭାବେ କରିପାରିବେ। ଏପରି କି ସେ ଅନେକ ଅଭିଜ୍ଞ କଳାକରଙ୍କ ଠାରୁ ମଧ୍ୟ ଅଧିକ ଭଲ ଭାବେ ଜଣେ ବୁଢ଼ି ଚରିତ୍ରର ଅଭିନୟ କରିପାରିବେ”। ତେବେ ଆମିର ଏହା ମଜାକରେ ରାଣୀଙ୍କ ପାଇଁ କହିଥିଲେ।

ଆଜ୍ଞା ହଁ , ରାଣୀ ମୁଖାର୍ଜୀ ତାଙ୍କର ପ୍ରତିଭାଶାଳୀ ଅଭିନୟ ପାଇଁ ବଲିଉଡ଼ରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି। ରାଣୀ ଜଣେ ଏମିତି ଅଭିନେତ୍ରୀ ଯିଏ ପ୍ରାୟତଃ ମହିଳା କେନ୍ଦ୍ରିକ ଫିଲ୍ମ କରିବାକୁ ପସନ୍ଦ କରନ୍ତି । ଖାଲି ସେତିକି ନୁହଁ ସେହି ଫିଲ୍କ ଗୁଡ଼ିକ ସଫଳତା ମଧ୍ୟ ହାସଲ କରିଥାଏ। ତେବେ ରାଣୀ ବଲିଉଡ଼ରେ ପୁରୁଷ ଭିତ୍ତିକ ଚଳଚ୍ଚିତ୍ରର ଟ୍ରେଣ୍ଡକୁ ପୂରା ବଦଳାଇ ଦେଇଛନ୍ତି।

Leave A Reply

Your email address will not be published.