ପରିଣୀତିଙ୍କ ସହ ବିବାହକୁ ନେଇ ମିଡିଆରେ ବଡ ସଙ୍କେତ ଦେଲେ ଆପ୍‌ ‌‌ନେତା ରାଘବ ଚଢ଼ା, କହିଲେ କିଛି ଏମିତି

ପ୍ରତିଥର ଭଳି ଏଥର ବି ରାଘବ ପରିଣୀତିଙ୍କ ସହ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲି ନଥିଲେ। କିନ୍ତୁ ଏକ ବଡ଼ ସଙ୍କେତ ଦେଇଥିଲେ। ପରିଣୀତିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ରାଘବ ସଙ୍କେତ ଦେଇ କହିଥିଲେ, ‘ଆପଣମାନଙ୍କୁ ଉତ୍ସବ ପାଳନ କରିବାକୁ ନିହାତି ସୁଯୋଗ ମିଳିବ।’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ଯେତେବେଳେ ରାଘବ ଓ ପରିଣୀତିଙ୍କୁ କିଛି ପ୍ରଶ୍ନ ପଚରାଯାଏ ଦୁହେଁ ନୀରବ ରହି ସାମାନ୍ୟ ହସି ଦେଇ ଘଟଣାସ୍ଥଳରୁ ଚାଲି ଯାଇଥାଆନ୍ତି। ନିକଟରେ ପୁଣିଥରେ ରାଘବଙ୍କୁ ପରିଣୀତିଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା।

ପ୍ରତିଥର ଭଳି ଏଥର ବି ରାଘବ ପରିଣୀତିଙ୍କ ସହ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲି ନଥିଲେ। କିନ୍ତୁ ଏକ ବଡ଼ ସଙ୍କେତ ଦେଇଥିଲେ। ପରିଣୀତିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ରାଘବ ସଙ୍କେତ ଦେଇ କହିଥିଲେ, ‘ଆପଣମାନଙ୍କୁ ଉତ୍ସବ ପାଳନ କରିବାକୁ ନିହାତି ସୁଯୋଗ ମିଳିବ।’ରାଘବଙ୍କ ଏହି ସଙ୍କେତରୁ ଅନୁମାନ କରାଯାଉଛି କି ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବଶୀଘ୍ର ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବେ ଆଲୋଚନା କରିବେ। ନିକଟରେ ରାଘବ ଓ ପରିଣୀତିଙ୍କ ସମ୍ପର୍କକୁ ନେଇ ଅଭିନେତ୍ରୀଙ୍କ ବାପା କହିଥିଲେ,‘ସମୟ ଆସିଲେ ସବୁ କିଛି ସାମ୍ନାକୁ ଆସିବ। ଏଥିପାଇଁ ବ୍ୟସ୍ତ ହେବାରେ କୌଣସି କାରଣ ନାହିଁ।’

ପରିଣୀତି ଓ ରାଘବ ଏବେ ଦିଲ୍ଲୀରେ ଅଛନ୍ତି। ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳୁଛି। ଖୁବଶୀଘ୍ର ପରିଣୀତି ଓ ରାଘବ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଚର୍ଚ୍ଚାରେ ରହିଥିବା ବେଳେ ବିଭିନ୍ନ ମହଲରୁ ଉଭୟଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏପ୍ରିଲ ପ୍ରଥମ ସପ୍ତାହରେ ଉଭୟଙ୍କ ରିଂ ସେରେମୋନି ହେବାକୁ ଯାଉଛି । ରାଜନେତା ଓ ସିନେ ସେଲିବ୍ରେଟିଙ୍କ ଯୋଡ଼ି ଏହାରି ମାଧ୍ୟମରେ ନିଜର ସମ୍ପର୍କକୁ ଅଫିସିଆଲ ଭାବେ ଘୋଷଣା କରିବାକୁ ଯାଉଛନ୍ତି । ଏହା ଦିଲ୍ଲୀରେ ଆୟୋଜନ ହେବ । ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ କିଛି ନିକଟତମ ବନ୍ଧୁ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପରିବାର ସଦସ୍ୟଙ୍କ ଭିତରେ ପ୍ରିୟଙ୍କା ଚୋପ୍ରା ଜୋନାସ, ନିକ୍‌ ଜୋନାସ ଓ ମୀରା ଚୋପ୍ରା ସାମିଲ ହୋଇପାରନ୍ତି । ଏଥିପାଇଁ ପ୍ରିୟଙ୍କା ଚୋପ୍ରା ଜୋନାସ ଭାରତ ଆସିଥିବା ଚର୍ଚ୍ଚା ହେଉଛି । ସ୍ୱାମୀ ନିକ୍‌ ଜୋନାସ ଓ ଝିଅ ମାଲଟି ମେରିଙ୍କ ସହ ମୁମ୍ବାଇ ବିମାନ ବନ୍ଦରରେ ପ୍ରିୟଙ୍କା ନଜର ଆସିଥିଲେ ।

ତେବେ ରାଘବ ଓ ପରିଣୀତି ଲଣ୍ଡନରେ ଏକାଠି ଥିବା ନଜର ଆସିଥିଲେ । ସେବେଠୁ ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା । ଉଭୟ କିନ୍ତୁ ମିଡିଆ ଆଗରେ ଏହାର ଖୁଲାସା କରୁ ନଥିଲେ । ଏନେଇ ମିଡିଆ ପ୍ରଶ୍ନକୁ ଉଭୟ ଏଡ଼ାଇ ଯାଉଥିଲେ । ଏହାସହ ମୁମ୍ବାଇ ଓ ନୂଆଦିଲ୍ଲୀ ଏୟାରପୋର୍ଟରେ ଉଭୟ ଏକାଠି ନଜର ଆସିଥିଲେ । ଏବେ କିନ୍ତୁ ସେମାନେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।