ଏକାଠି ଷ୍ଟେଜରେ ନଜର ଆସିଲେ ଆରାଧ୍ୟା ଓ ଅବ୍ରାମ, ଭିଡିଓ ହେଲା ଭାଇରାଲ
ବଲିଉଡର ଦୁଇ ବଡ ପରିବାର ନିଜ ସନ୍ତାନ ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ସ୍କୁଲରେ ପହଞ୍ଚିଥିଲେ । ବଚ୍ଚନ ଫାମିଲିର ଆରାଧ୍ୟା ଏବଂ ଶାହାରୁଖ ଖାନଙ୍କ ପୁଅ ଅବ୍ରାମ ସାଙ୍ଗରେ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା । ସ୍କୁଲର ବାର୍ଷିକ ସମାରୋହରେ ଦୁହେଁ ଖୁବ ଧମାକାଦାର ପ୍ରତିଭା ଦେଖାଇ ଥିଲେ । ବଲିଉଡର ଦିଗଜ ଅଭିନେତା ଅଭିନେତା ଅମିତାଭ ବଚ୍ଚନ ଏବଂ ବଲିଉଡର ମେଗାଷ୍ଟାର ଶାହାରୁଖ ଖାନ ନିଜ ପରିବାର ସହ ନିଜ ପୁଅର ବାର୍ଷିକ ସମାରୋହରେ ସାମିଲ ହୋଇଥିଲେ ।
ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଶେକ ବଚ୍ଚନ ଙ୍କ ଝିଅ ଆରାଧ୍ୟା ବଚ୍ଚନ ଏବଂ ଶାହାରୁଖ ଖାନଙ୍କ ସବୁଠାରୁ ଛୋଟ ପୁଅ ଅବ୍ରାମ ଖାନଙ୍କ ପ୍ରତିଭା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ତାରାରେ ସଜା ହୋଇଥିବା ଏହି କାର୍ଯ୍ୟକ୍ରମ କରୀନା କପୁର ଖାନ, ସାହିଦ କପୁର, ଏବଂ କରଣ ଜୋହର ଭଳି ବଡ ବଡ ସେଲିବ୍ରେଟି ଉପସ୍ଥିତ ଥିଲେ । ନିଜ ଛୁଆ ମାନଙ୍କର ସାହାସ ବଢାଇବା ପାଇଁ ଆସିଥିଲେ । ଆରାଧ୍ୟା ଏବଂ ଅବ୍ରାମ କ୍ରିସମାସ ର ଥିମ କହିଥିଲେ ଯାହା ଫଳରେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆଣିଥିଲେ। ଏକ ଭିଡିଓ କ୍ଲିପ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଆରାଧ୍ୟା ଲାଲ ଓ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ସେଠାରେ ଅବ୍ରାମ ଧଳା ରଙ୍ଗର ସ୍ୱଟର ଓ ନାଲିରଙ୍ଗର ମଫଲରରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସୈଫ ଅଲ୍ଲି ଖାନ,କରିନା କପୁର, ମୀରା ରାଜପୁତ, ମନୀଶ ମଲହୋତ୍ରା, ଭଳି ଅନ ସେଲିବ୍ରେଟି ସାମିଲ ହୋଇଥିଲେ । ନିକଟରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ବେଶ ଗୁଜବ ପାଲଟିଥିଲା । ଏପରିକି ଐଶ୍ୱର୍ଯ୍ୟା ବଚ୍ଚନ ପରିବାରରେ ରହୁନାହାନ୍ତି । ସେ ଅଲଗା ଘରେ ରହୁଛନ୍ତି ।