ଭୟଙ୍କର ସଡ଼କ ଦୁର୍ଘଟଣାରେ ସବୁକିଛି ହରାଇ ବସିଥିଲେ ଫିଲ୍ମ ‘ଆଶିକି’ର ଏହି ଅଭିନେତ୍ରୀ, ଏବେ ଫଟୋ ଦେଖିଲେ ଚିହ୍ନିପାରିବେନି ଆପଣ

ଫିଲ୍ମ ‘ଆଶିକି’(Aashiqui)ର ଅଭିନେତ୍ରୀ ଅନୁ ଅଗ୍ରଓ୍ଵାଲଙ୍କ କଥା ଆପଣଙ୍କୁ ମନେ ଥିବ ନିଶ୍ଚୟ, ଯିଏକି ସେ ସମୟରେ ଲକ୍ଷେ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଅନୁ ଖୁବ୍‌ଶୀଘ୍ର କପିଲ୍‌ ଶର୍ମା ଶୋ’ରେ ନଜର ଆସିବେ। ତାଙ୍କ ସହିତ ଫିଲ୍ମର ହିରୋ ରାହୁଲ ରାୟ ମଧ୍ୟ ପହଞ୍ଚିବେ। ତେବେ ଏହାରି ଭିତରେ ସାମ୍ନାକୁ ଆସିଥିବା ଅନୁଙ୍କର କିଛି ଫଟୋ ଦେଖିଲେ ଆପଣ ତାଙ୍କୁ ଚିହ୍ନିପାରିବେ ନାହିଁ।

aa

୨୧ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଅନୁ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଆଶିକି’, ଯାହାର ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟ। ଏହି ଫିଲ୍ମକୁ ରିଲିଜ୍‌ ହେବାର ୩୦ ବର୍ଷ ବିତିଯାଇଛି। ‘ଆଶିକି’ ଜରିଆରେ ଅନୁ ରାତାରାତି ଷ୍ଟାର୍‌ ବନିଯାଇଥିଲେ। ଯଦିଓ ଏହା ପରେ ସେ କେତେକ ଫିଲ୍ମରେ କାମ କରିଥିଲେ, କିନ୍ତୁ କୌଣସି ବି ଫିଲ୍ମ ‘ଆଶିକି’ ଭଳି ତାଙ୍କୁ ମାଇଲେଜ୍‌ ଦେଇ ନ ଥିଲା।

t632

ପରେ ଅନୁଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା, ଯାହାକି ତାଙ୍କୁ ପୂରା ଦୋହଲାଇ ଦେଇଥିଲା। ୧୯୯୯ରେ ଅନୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏପରି କି, ଏଥିରେ ତାଙ୍କ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼ିଥିଲା। କେବଳ ଏତିକି ନୁହେଁ, ଏହାପରଠୁ ସେ ଠିକ୍‌ ଭାବେ ଚାଲିପାରୁ ନ ଥିଲେ। ଦୁର୍ଘଟଣା ପରେ ସେ ୨୯ ଦିନ ପଯ୍ୟର୍ନ୍ତ କୋମାରେ ରହିଥିଲେ।

aaaa

ପାଖାପାଖି ୩ ବର୍ଷ ଧରି ଚିକିତ୍ସା ଚାଲିବା ପରେ ଅନୁ ଠିକ୍‌ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଅନୁ ନିଜର ସମସ୍ତ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାପରେ ସେ ଯୋଗ ଶିକ୍ଷକ ହୋଇଥିଲେ। ଏବେ ସେ ବିହାରର ମୁଙ୍ଗେର ଜିଲାରେ ଏକାକୀ ରହି ଯୋଗ ଶିଖାଉଛନ୍ତି।  ୨୦୧୫ରେ ଅନୁ ‘Unuseval: Memory of a Girl Who Came Back from Dead’ ନାମକ ଆତ୍ମଜୀବନୀ ପୁସ୍ତକ ଲେଖିଥିଲେ। ଏଥିରେ ସେ ନିଜ ଜୀବନର ପ୍ରତ୍ୟେକଟି ସ୍ତର ଉପରେ ଗୁରୁତ୍ୱ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.