ମନୋରଂଜନ

ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ଛାଡି ମହିମାଙ୍କ ସହିତ ରୋମାନ୍ସ କଲେ ଆୟୁଷ, ଦେଖନ୍ତୁ ଭିଡିଓ

ବଲିଉଡର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ଟ୍ରେଲର ଲଞ୍ଚ ହେବା ପରେ ଜବରଦସ୍ତ ଚର୍ଚ୍ଚାରେ ରହିଥଲା। ଏହି ଫିଲ୍ମର ଟ୍ରେଲର ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଟ୍ରେଲର ରିଲିଜ ହେବା ପରେ ଫିଲ୍ମର ଅନେକ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା। ଏବେ ଫିଲ୍ମର ଏକ ରୋମାଣ୍ଟିକ ଗୀତ ରିଲିଜ ହୋଇଛି। ଯେଉଁଥିରେ ଆୟୁଷ ଶର୍ମାଙ୍କ ସହିତ ମହିମା ମକଓ୍ଵାନଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି।

ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ଗୀତ ‘ହୋନେ ଲଗା’ ରିଲିଜ ହୋଇଛି। ଏହି ଗୀତରେ ମହିମା ମକଓ୍ଵାନ ଏବଂ ଆୟୁଷ ଶର୍ମା ରୋମାନ୍ସ କରୁଛନ୍ତି। ଗୀତରେ ମହିମା ଶାଢିରେ ବୋଲ୍ଡ ଅନ୍ଦାଜ ନଜର ଆସିଥିବା ବେଳେ ଆୟୁଷଙ୍କ ଲୁକ୍‌ ମଧ୍ୟ ଦମଦାର ରହିଛି। ଆୟୁଷଙ୍କ ସିକ୍ସ ପ୍ୟାକ ଆବ୍ସ ଦେଖି ତାଙ୍କ ଫ୍ୟାନ୍‌ ପାଗଳ ହୋଇଯାଇଛନ୍ତି। ଗୀତରେ ଦୁହିଁଙ୍କ ରୋମାଣ୍ଟିକ ସିନ୍‌ ଦେଖିବାକୁ ମିଳିଛି। ଗୀତରେ ଆୟୁଷ, ମହିମାଙ୍କୁ ପ୍ରପୋଜ କରୁଥିବା ନଜର ଆସିଛନ୍ତି।

ଏହି ଗୀତ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସମସ୍ତଙ୍କୁ ମହିମାଙ୍କ ବୋଲ୍ଡ ଅନ୍ଦାଜ ପସନ୍ଦ ଆସିଛି। ଆୟୁଷଙ୍କ ସହିତ ମହିମାଙ୍କ ସିଜିଲିଂ କେମେଷ୍ଟ୍ରି ମଧ୍ୟ ଲୋକଙ୍କୁ ପସନ୍ଦ ଆସିଛି। ସୂଚନାଯୋଗ୍ୟ, ଫିଲ୍ମଟି ଆସନ୍ତା ନଭେମ୍ବର ୨୬କୁ ସିନେମା ଘରେ ରିଲିଜ ହେବ। ଏଥିରେ ସଲମାନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

ମହିମା ପୂର୍ବରୁ ଜି ଟିଭିରେ ପ୍ରସାରିତ ହେଉଥିବା ସିରିଅଲ ‘ସପନେ ସୁହାନେ ଲଡକ୍‌ପନ କେ’ ରଚନା ଭୂମିକା ନଜର ଆସିଥିଲେ। ସିରିଅଲରେ ଡେବ୍ୟୁ କରିବା ପରେ ମହିମା ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଛନ୍ତି।

video courtsey: Zee Music Company

Swagatika

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago