ସଲମାନ କାମରେ ଏତେ ବ୍ୟସ୍ତ ଯେ ବାହା ହେବାକୁ ସମୟ ନାହିଁ, ସେ ଯେମିତି ଅଛନ୍ତି ଖୁସିରେ ଅଛନ୍ତି; ଇଣ୍ଟରଭ୍ୟୁରେ ଖୁଲାସା କଲେ ଭିଣୋଇ ଆୟୁଷ ଶର୍ମା

ବଲିଉଡ୍‌ ଅଭିନେତା ଆୟୁଷ ଶର୍ମା ଆକ୍ଟର ସଲମାନ ଖାନଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ ଖୁଲାସା କରିଛନ୍ତି କି, ତାଙ୍କ ଶଳା ସଲମାନ ଖାନଙ୍କ ପାଖରେ ବିବାହ କରିବା ପାଇଁ ସମୟ ନାହିଁ। କହି ରଖୁଛୁ, ଅଭିନେତା ସଲମାନ ଖାନଙ୍କ ବିବାହକୁ ନେଇ ଅନେକ ସମୟରେ ତାଙ୍କୁ ମଧ୍ୟ ପ୍ରଶ୍ନ ପଚରା ଯାଇଥାଏ, ହେଲେ ସେ ଏହି ପ୍ରଶ୍ନକୁ ଏଡ଼ାଇ ଯାଇଥାଆନ୍ତି ଏବଂ ଏହାର ସ୍ପଷ୍ଟ ଉତ୍ତର ଦିଅନ୍ତି ନାହିଁ। ତଥାପି ଫ୍ୟାନମାନେ ତାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ତାଙ୍କର ପ୍ରତ୍ୟେକ ପ୍ରଶଂସକ ଚାହାନ୍ତି କି, ଇଣ୍ଡଷ୍ଟ୍ରୀର ‘ଭାଇଜାନ’ ଯଥାଶୀଘ୍ର ବିବାହ କରନ୍ତୁ। ଏବେ ତାଙ୍କର ଭିଣୋଇ ଆୟୁଷ ଶର୍ମା ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।

ସଲମାନଙ୍କ ଭିଣୋଇ ତଥା ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ଫିଲ୍ମର ଅଭିନେତା ଆୟୁଷ ଶର୍ମା କହିଥିଲେ, ତାଙ୍କୁ ଲାଗୁଛି କି, ସଲମାନଙ୍କ ପାଖରେ ଏବେ ବିବାହ ପାଇଁ ସମୟ ନାହିଁ। ତାଙ୍କର କାମ କରିବାର ଶୈଳୀ ମଧ୍ୟ ଏମିତି। ଯଦିଓ ସେ ଏହା ମଧ୍ୟ କହିଥିଲେ ଯେ ସଲମାନ ଖାନଙ୍କ ବିବାହକୁ ନେଇ ସେ କିଛି କହିବାକୁ ଚାହୁଁ ନାହାନ୍ତି। ଇଣ୍ଟରଭ୍ୟୁରେ ଆୟୁଷ ଶର୍ମା କହିଥିଲେ, ସେ ଯେଭଳି ଭାବେ ସଲମାନ ଖାନଙ୍କ ଜୀବନକୁ ଦେଖିଛନ୍ତି ଏବଂ ଯେଉଁଭଳି ଭାବେ ସେ କାମ କରନ୍ତି, ଏମିତିରେ ଲାଗୁନାହିଁ ଯେ ତାଙ୍କ ପାଖରେ ବିବାହ ପାଇଁ ସମୟ ଅଛି। ସଲମାନ ଖାନ ଯେମିତି ଅଛନ୍ତି, ଖୁସି ଅଛନ୍ତି। ଆୟୁଷ ଏହା ମଧ୍ୟ କହିଥିଲେ କି, ସେ ନିଜ ବିବାହ ଉପରେ ନିଜେ ନିଷ୍ପତ୍ତି ନେବେ।

ଏଥି ସହିତ ଆୟୁଷ, ସଲମାନ ଖାନଙ୍କୁ ସାଧାରଣ ଜୀବନଶୈଳୀ ଜିଉଁଥିବା ବ୍ୟକ୍ତି ବୋଲି କହିଛନ୍ତି। ସେ କହିଥିଲେ, ମୁଁ ସଲମାନ ଖାନଙ୍କ ଭଳି ସରଳ ନୁହେଁ। ତାଙ୍କ ଜୀବନଶୈଳୀ ଅତି ସାଧାରଣ। ଯଦି ଆପଣ ସଲମାନ ଖାନଙ୍କୁ ତାଙ୍କ ଫୋନ ବିଷୟରେ ପଚାରିବେ, ତ ସେ ଏମିତି ଏକ ଫୋନ୍‌ ବ୍ୟବହାର କରୁଥିବେ, ଯାହାକି ଦୁଇ ତିନି ବର୍ଷର ପୁରୁଣା ହୋଇଥିବ। ଆୟୁଷ କହିଥିଲେ କି, ସଲମାନ ଖାନ ଫୋନ୍‌ ପ୍ରତି ଆଗ୍ରହୀ ନୁହନ୍ତି। ଏପରି କି, ତାଙ୍କର କାର୍‌ ଏବଂ କପଡ଼ା ପ୍ରତି ମଧ୍ୟ କୌଣସି ଆଗ୍ରହ ନାହିଁ। ଆୟୁଷ ଇଣ୍ଟରଭ୍ୟୁରେ ଆହୁରି ଖୁଲାସା କରିଥିଲେ ଯେ ସଲମାନଙ୍କର ନୂଆ ଗ୍ୟାଜେଟସ୍‌ରେ କୌଣସି ପ୍ରକାର ରୁଚି ନାହିଁ। ତାଙ୍କୁ କେବଳ ଫିଲ୍ମଗୁଡ଼ିକରେ ଆଗ୍ରହ ରହିଛି। ଯଦି ଆପଣ ତାଙ୍କୁ ଦୁଇ ତିନି ଘଣ୍ଟା ଏକୁଟିଆ ଛାଡ଼ି ଦେବେ, ତା’ ହେଲେ ସେ ଫିଲ୍ମ ଦେଖି ହିଁ ନିଜର ସମୟ ବିତାଇ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.