ମନୋରଂଜନ

‘ବିଗ୍‌ ବସ୍‌ ୧୬’ର ଫେମ୍‌ ଅବ୍ଦୁ ରୋଜିକ୍‌ କଲେ ନିର୍ବନ୍ଧ, ସାମ୍ନାକୁ ଆସିଲା ଫଟୋ

ଟିଭି ରିଆଲିଟି ସୋ ‘ବିଗ୍ ବସ୍ ୧୬’ ସହିତ ସମସ୍ତଙ୍କ ମନ ଜିତିଥିବା ଅବ୍ଦୁ ରୋଜିକ୍‌ ଖୁବ୍ ଶୀଘ୍ର ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ତାଙ୍କ ଫ୍ୟାନ୍ସଙ୍କୁ ଭଲ ଖବର ଦେଇଥିଲେ ଏବଂ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଥିଲେ । ଦୁନିଆର ସର୍ବ କନିଷ୍ଠ ସିଙ୍ଗର ଅବ୍ଦୁ ତାଙ୍କ ହେବାକୁ ଥିବା ସ୍ତ୍ରୀ ପାଇଁ କିଣିଥିବା ହୀରା ମୁଦିର ଝଲକ ଦେଖାଇଥିଲେ । ତେବେ ଅବ୍ଦୁ ରୋଜିକ୍‌ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅବ୍ଦୁ ରୋଜିକ୍‌ ତାଙ୍କ ନିର୍ବନ୍ଧର ଦୁଇଟି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ, ତାଙ୍କ ହାତରେ ହାର୍ଟ ଆକୃତିର ହୀରା ମୁଦି ଧରି ତାଙ୍କ ହେବାକୁ ଥିବା ସ୍ତ୍ରୀକୁ ଦେଖୁଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ଅବ୍ଦୁ ତାଙ୍କ ପ୍ରେମିକାଙ୍କୁ ରିଙ୍ଗ ପିନ୍ଧୁଥିବା ଦେଖିବାକୁ ମିଳିଛନ୍ତି । ଅବଶ୍ୟ, ଏହି ସମୟରେ ଅବ୍ଦୁ ରୋଜିକ୍ ଫ୍ୟାନ୍ସମାନଙ୍କୁ ତାଙ୍କ ସ୍ତ୍ରୀଙ୍କ ଫଟୋ ଦେଖାଇ ନାହାଁନ୍ତି । ଏହି ଫଟୋରେ ତା’ର ଏକ ଝଲକ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଏକ ଧଳା ବୁର୍କାରେ ଦେଖିବାକୁ ମିଳିଛନ୍ତି । ତେବେ ଅବ୍ଦୁ ତାଙ୍କ ନିର୍ବନ୍ଧ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ଆଲହମଦୁଲିଲା । ଏହା ସହିତ ଅବ୍ଦୁ ତାଙ୍କ ମ୍ୟାରେଜ୍‌ ଡେଟ୍‌ ମଧ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ନିର୍ବନ୍ଧ ଏହି ବର୍ଷ ଏପ୍ରିଲ ୨୪ ରେ ହୋଇଥିଲା, ଯଦିଓ ସେ ବର୍ତ୍ତମାନ ଏହାକୁ ସମସ୍ତଙ୍କ ସାମ୍ନାରେ ସେୟାର କରିଛନ୍ତି ।

ସୋସିଆଲ ମିଡିଆ ସେନ୍ସେସ୍ ଅବ୍ଦୁ ରୋଜିକ୍‌ ଜୁଲାଇ ୭ ରେ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ସେୟାର କରି ସିଙ୍ଗର ନିଜେ ଏହି ସୂଚନା ଦେଇଛନ୍ତି । ତେବେ ଛୋଟା ଭାଇଜାନ ନାମରେ ଜଣାଶୁଣା ଅବ୍ଦୁ ରୋଜିକ୍‌ଙ୍କ ଏହି ବିବାହ ଭିଡିଓ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଅବ୍ଦୁ ରୋଜିକ୍‌ କାହାକୁ ମ୍ୟାରେଜ୍‌ କରିବେ ସେ ନେଇ ଜବରଦସ୍ତ ଆଲୋଚନା ଚାଲିଛି । ଅବ୍ଦୁ ରୋଜିକ୍‌ଙ୍କ କାହାକୁ ମ୍ୟାରେଜ୍‌ କରିବେ ସେ ବିଷୟରେ କିଛି ସୂଚନା ଦେଇ ନାହାଁନ୍ତି । ତେବେ ସଲମାନ ଖାନଙ୍କ ପ୍ରିୟ ପ୍ରତିଯୋଗୀ ଅବ୍ଦୁ ରୋଜିକ୍‌ଙ୍କ ସ୍ତ୍ରୀ ଶାରଜାହରେ ରୁହନ୍ତି । ଅବ୍ଦୁ ରୋଜିକ୍‌ ୧୯ ବର୍ଷର ଅମିରାତୀ ଝିଅକୁ ବିବାହ କରିବାକୁ ଯାଉଛନ୍ତି ।

ଅବ୍ଦୁ ରୋଜିକ୍‌ ଜଣେ ପ୍ରସିଦ୍ଧ ସୋସିଆଲ୍ ମିଡିଆ ଷ୍ଟାର ତଥା ତାଜିକିସ୍ତାନର ସିଙ୍ଗର । ସେ ଟିଭି ରିଆଲିଟି ସୋ ‘ବିଗ୍ ବସ୍’ ରେ ମଧ୍ୟ ନଜର ଆସିଥିଲେ । ଏହା ସହ ଅଳ୍ପ ବୟସରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ଅବ୍ଦୁ ରୋଜିକ୍‌ ମଧ୍ୟ ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ର ଏକ ଅଂଶ ହୋଇଛନ୍ତି ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

6 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago