ଧର୍ମେନ୍ଦ୍ରଙ୍କ ଘରେ ବାଜିବ ଶାହାନାଇ; ହେମାମାଳିନୀ କରିବେ ନୂଆ ବୋହୂର ସ୍ୱାଗତ…

ସୁପରଷ୍ଟାର୍‌ ଧର୍ମେନ୍ଦ୍ରଙ୍କ ଭଣଜା ତଥା ସନି ଦେଓଲ ଓ ବବି ଦେଓଲଙ୍କ ସମ୍ପର୍କୀୟ ଭାଇ ଅଭୟ ଦେଓଲଙ୍କ ବିବାହକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ପରେ ଅଭୟ ହେଉଛନ୍ତି ବଲିଉଡ୍‌ର ମୋଷ୍ଟ୍‍ ଏଲିଜିବଲ୍‌ ବ୍ୟାଚେଲର। ଅଭିନେତା ଅଭୟ ଦେଓଲଙ୍କୁ ବର୍ତ୍ତମାନ ୪୬ ବର୍ଷ ଏବଂ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। ‘ଦେଭ୍‌ ଡି’ ଏବଂ ‘ଜୀନ୍ଦାଗି ନା ମିଲେଗୀ ଦୋବାରା’ ଭଳି ଫିଲ୍ମରେ ନିଜ ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟରେ ଏକ ଖାସ୍‌ ଜାଗା ସୃଷ୍ଟି କରିଥିଲେ। ବର୍ତ୍ତମାନ ଏହି ଅଭିନେତା ନିଜ ବିବାହକୁ ନେଇ ଖୁଲମ୍‌ଖୁଲା କଥା ହୋଇଛନ୍ତି ଏବଂ କ୍ଲିଅର ହିଣ୍ଟ୍‌ ଦେଇଛନ୍ତି।

ଏଥି ପୂର୍ବରୁ ଅନେକ ବାର ଅଭୟ ଦେଓଲଙ୍କ ବିବାହ ଏବଂ ଆଫେୟର୍ସକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସି ସାରିଛି। ଯଦିଓ ଏହି ଖବରଗୁଡ଼ିକ ଉପରେ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ଏବେ ନିକଟରେ ଗଣମାଧ୍ୟମ ସହ କଥା ହେବାକୁ ଯାଇ ଅଭୟ ନିଜ ବିବାହ ବିଷୟରେ ଖୁଲାସା କରିଛନ୍ତି। ସେ ହିଣ୍ଟ୍‌ ଦେଇ କହିଛନ୍ତି କି, ସେ ବିବାହ କରିବାକୁ ଯାଉଛନ୍ତି।

କହି ରଖୁଛୁ, ଅଭିନେତା ଏହି ସମୟରେ ନିଜ ଆଗାମୀ ଫିଲ୍ମ ‘ଜଙ୍ଗଲ କ୍ରାଇ’ର ପ୍ରମୋସନ କରୁଛନ୍ତି। ଫିଲ୍ମର ପ୍ରମୋସନ ସମୟରେ ମିଡିଆ ସହ କଥାବାର୍ତ୍ତା ବେଳେ ଅଭିନେତାଙ୍କୁ ତାଙ୍କ ବିବାହ କରିବାର ଇଚ୍ଛା ବିଷୟରେ ପଚରା ଯାଇଥିଲା। ଏଥିସହ ସେ ଡେଟ୍‌ କରୁଥିବା ସେହି ମିଷ୍ଟ୍ରି ଓମେନ୍‌ଙ୍କ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଅଭୟ କହିଥିଲେ ଯେ ‘ମୋର ବିବାହ ହେବାକୁ ଯାଉଛି’। ଯଦିଓ ସେ ବାକି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ନ ଥିଲେ।

ଗତ କିଛିଦିନ ତଳେ ଅଭୟ ଦେଓଲ୍‌ ନିଜ ପ୍ରେମିକାଙ୍କ ସହିତ ସୋସିଆଲ ମିଡିଆରେ ବହୁତ ସିଜ୍‌ଲିଂ ଫଟୋ ପୋଷ୍ଟ୍‍ କରିଥିଲେ, ଯାହାକି ଖୁବ୍‌ ଭାଇରାଲ ହୋଇଥିଲା। ଫଟୋଗୁଡ଼ିକ ସେୟାର କରି ଅଭୟ କ୍ୟାପସନରେ ଲେଖିଥିଲେ, ‘My non-binary doll’। ଏହାପରଠୁ ଅଭୟଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହୀ ଅଛନ୍ତି। ସେପଟେ ଏବେ ଯେତେବେଳେ ଅଭୟ ଦେଓଲ୍‌ ନିଜେ ଏହି ଖବରକୁ ନିଶ୍ଚିତ କରି ଦେଇଛନ୍ତି, ତ ସମସ୍ତେ ତାଙ୍କ ବିବାହ ତାରିଖକୁ ଅପେକ୍ଷା କରି ରହିଛନ୍ତି।

୨୦୨୧ ସେପ୍ଟେମ୍ବରରେ ଅଭୟ ନିଜ ସାଙ୍ଗ ଶିଲୋ ଶିବ ସୁଲେମାନଙ୍କ ସହିତ କିଛି ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକରୁ ତାଙ୍କ ଫ୍ୟାନମାନେ ଅନୁମାନ ଲଗାଇ ଦେଇଥିଲେ ଯେ ଦୁହେଁ ପରସ୍ପରକୁ ଡେଟିଂ କରୁଛନ୍ତି।

 

View this post on Instagram

 

A post shared by Abhay Deol (@abhaydeol)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.