ମହାତ୍ମା ଗାନ୍ଧୀ ଭାରତର ଜାତିର ପିତା ନଥିଲେ, ବରଂ ସେ ପାକିସ୍ତାନର ପିତା ଥିଲେ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ

ବଲିଉଡର ଜଣେ ଚର୍ଚ୍ଚିତ ଗାୟକଙ୍କ ହେଉଛନ୍ତି ଅଭିଜିତ୍ ଭଟ୍ଟାଚାର୍ଯ୍ୟ ।  ଯିଏକି ନବେ ଦଶକର ପ୍ରସିଦ୍ଧ ଗାୟକ ଭାବେ ବେଶ୍ ପରିଚିତ । କିଛିଦିନ ହେଲା ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଶାହାରୁଖ ଖାନ୍ ଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଏବେ ପୁଣିଥରେ ସେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି ।

ମହାତ୍ମାଗାନ୍ଧି ହେଉଛନ୍ତି ପାକିସ୍ତାନର ପିତା । ପାକିସ୍ତାନର ଅସ୍ତିତ୍ୱ ପାଇଁ ଗାନ୍ଧୀ ଦାୟୀ ଗାୟକ ସ୍ପଷ୍ଟ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ‘ପାକିସ୍ତାନର ପିତା’ ବୋଲି କହିବାରୁ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବି କରିଛନ୍ତି । ସହଜରେ ଲୋକେ ଏହା ଗ୍ରହଣ କରିପାରୁନାହାନ୍ତି ।  ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି ।  ଥାନାରେ ଉପସ୍ଥିତ ପୋଲିସକର୍ମୀ ଏପର୍ଯ୍ୟନ୍ତ ଏହି ମାମଲାରେ ଅଭିଯୋଗ ଦାଖଲ କରିନାହାଁନ୍ତି ।

ଆବେଦନରେ ଆହୁରି କୁହାଯାଇଛି ଯେ ଗାୟକଙ୍କ ବିରୋଧରେ ‘ମହାତ୍ମା ଗାନ୍ଧୀଙ୍କୁ ବଦନାମ ଏବଂ ଅପମାନ କରିବା ଏବଂ ସମାଜରେ ଫାଟ ସୃଷ୍ଟି କରିବା’ ପାଇଁ ମାମଲା ରୁଜୁ କରାଯିବା ଉଚିତ। ପୋଲିସ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ନ କରେ, ତେବେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ପରି ଜଣେ ଜାତୀୟ ମହାପୁରୁଷଙ୍କ ନାମ ନିଆଯାଏ, ସେତେବେଳେ ଅଧିକ ଯତ୍ନବାନ ହେବା ଉଚିତ୍ । ସବୁବେଳେ ଏକ ବିଭାଗ ରହିବ ଯାହା ମହାତ୍ମା ଗାନ୍ଧୀଙ୍କ ନିଷ୍ପତ୍ତି କିମ୍ବା ନୀତି ସହ ସହମତ ହୋଇନପାରେ । କିନ୍ତୁ ଦେଶରେ ସେମାନଙ୍କୁ ଅତ୍ୟଧିକ ପ୍ରେମ ଓ ଭଲପାଇବା ହେତୁ ସମ୍ମାନର ସହିତ ପିତା ବ୍ୟବହାର କରାଯାଏ । ସେ କହିଥିଲେ , ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ଭାରତ ବିଭାଜନରେ କଦାପି ରାଜି ହେବି ନାହିଁ ବୋଲି ତାଙ୍କ ଆଇନଗତ ବିଜ୍ଞପ୍ତିରେ କୁହାଯାଇଛି ।

Also read:ମୁଁ କଣ ପାଗଳ ..କିଛି ଏଭଳି ଥିଲା ଏଆର ରେହେମାନଙ୍କ ସହ ଅନୁଭୂତି, ଖୁଲାସା କଲେ ଅଭିଜିତ

 

You might also like