“ମୁଁ ଏତେ କଷ୍ଟରେ ଟଙ୍କା ରୋଜଗାର କରୁଛି, ତୁ ବେଖାତିର କରି ଉଡ଼ାଇ ଦେଉଛୁ”, ଅଭିଷେକକୁ ଏମିତି କହୁଥିଲେ ଅମିତାଭ

ଅମିତାଭ ବଚନ ହୁଅନ୍ତୁ କିମ୍ବା ଅଭିଷେକ ବଚନ ଦୁହେଁ ନିଜ ନିଜ ଫିଲ୍ମକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛନ୍ତି । “ଝୁଣ୍ଡ” ସିନେମାରେ ଅମିତାଭ ଜଣେ ସପୋର୍ଟିଭ ଟିଚର ବା ଜଣେ ସହାୟକ ଶିକ୍ଷକ ଭୂମିକାରେ ନଜର ଆସିଛନ୍ତି । ଆଉ ଖୁବ ନିକଟରେ ସେ “ରନ ୱେ”ରେ ନଜର ଆସିବାକୁ ଯାଉଛନ୍ତି । ଯେବେକି ପୁଅ ଅଭିଷେକ “ଦସବି” ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଇ ନିକଟରେ ଅଭିଷେକ ନିଜ ପିତାଙ୍କ ସହିତ କାଟିଥିବା କିଛି ସ୍ମୃତି ସବୁକୁ ସେୟାର କରି ଅତୀତର ସ୍ମୃତିକୁ ତାଜା କରିଛନ୍ତି । ଅଭିଷେକ କହିଛନ୍ତିକି ପଢିବା ପାଇଁ ସେ ସ୍ୱିଜରଲ୍ୟାଂଡର ବୋଡିଙ୍ଗ ସ୍କୁଲ ଚାଲିଯାଇଥିଲେ । ଅଧିକାଂଶ ସମୟରେ ନିଜ ପିତାଙ୍କ ଠାରୁ ନିଜ ଗ୍ରେଡ଼କୁ ଲୁଚାନ୍ତି ଅଭିଷେକ । ପରୀକ୍ଷାରେ ଯେତେବେଳେ ଭଲ ନମ୍ବର ଆସୁନଥିଲା ପିତାଙ୍କ ଠାରୁ ଡରି ନିଜ ରିପୋର୍ଟ କାର୍ଡକୁ ଲୁଚାଇ ଦେଉଥିଲେ ଅଭିଷେକ | କିନ୍ତୁ ଥରେ ବିଗ ବି ପୁଅର ରିପୋର୍ଟ କାର୍ଡ ମଗେଇଥିଲେ । କିନ୍ତୁ ନିଜ ରେଜଲ୍ଟ ଲୁଚାଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ ଅଭିଷେକ ।

ନିଜର ଏକ ସ୍ମୃତିକୁ ତାଜା କରି ଅଭିଷେକ କହିଥିଲେକି, ସେ ସବୁବେଳେ ପୋଷ୍ଟମ୍ୟାନକୁ ଅପେକ୍ଷା କରି ରହୁଥିଲେ ଆଉ ଯେମିତି ରିପୋର୍ଟ କାର୍ଡ ମିଳିବ ତାକୁ ଲୁଚାଇ ଦେବେ । ଯେପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ ନଯାଇଥାଏ ସେଯାଏଁ ନିଜ ରିପୋର୍ଟ କାର୍ଡକୁ ଲୁଚାଇ ରଖେ । କିନ୍ତୁ ଦିନେ ଘରର ଲ୍ୟାଣ୍ଡ ଲାଇନ ଫୋନରୁ ବାପାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ତାଙ୍କ ପାଖରେ ମୋ ରିପୋର୍ଟ କାର୍ଡ ଥିଲା ଷ୍ଟଡିରେ ବସି ମୋ ରିପୋର୍ଟ କାର୍ଡକୁ ସେ ଜୋର ଜୋରସେ ପଢୁଥିଲେ । ଅଭିଷେକଙ୍କ କହିବା ଅନୁଯାୟୀ ସେ କିନ୍ତୁ ଏପଟେ ମନେ ମନେ ଭାବୁଥିଲେକି ବାପାଙ୍କ ନିକଟକୁ ତାଙ୍କ କାର୍ଡଟି କେମିତି ଆସିଲା ? କଣ ଡାକ ଵାଲା କୁ ଲାଞ୍ଚ ଦେଇ ଏହାକୁ ମଗେଇଛନ୍ତିକି ବୋଲି ମନେ ମନେ ଭାବୁଥିଲେ ଅଭିଷେକ? ଆଉ ଏହା ବି ଭାବୁଥିଲେକି କଣ ତାହେଲେ ବାପା ଆଜି ତାଙ୍କ ଠାରୁ ଶୀଘ୍ର ଉଠି ଯାଇଛନ୍ତିକି ? ଅଭିଷେକ ଖାଲି ଯେ ବାପାଙ୍କ ତାଗିଦାରେ ଥିଲେ ତାହା ନୁହେଁ ମା’ ଜୟା ବଚ୍ଚନଙ୍କ ଠାରୁ ଅନେକ ଥର ଗାଳି ମାଡ଼ ଖାଇଛନ୍ତି ଜୁନିୟର ବଚ୍ଚନ ।

Leave A Reply

Your email address will not be published.