କଜିନ୍ ବାହାଘରରେ ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ ସହ ଦେଲେ ପୋଜ୍

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଗୋଟିଏ । ନିକଟରେ, ଦୁହେଁ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ଏକ ପାରିବାରିକ ବିବାହରେ ଦେଖାଯାଇଥିଲେ । ଏହି ପାୱାରଫୁଲ୍ କପଲଙ୍କର ଅନେକ ଫଟୋ ଏବଂ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଯେଉଁଠାରେ ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କୀୟ ଭଉଣୀ ଶ୍ଲୋକା ସେଟ୍ଟୀଙ୍କ ଭାଇର ବିବାହରେ ତାଙ୍କ ଝିଅ ସହିତ ମହାରାଷ୍ଟ୍ରର ପୁଣେରେ ଯୋଗ ଦେଇଥିଲେ ।

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହାରେ ବିବାହ କରିଥିଲେ । ଯଦିଓ କିଛି ମାସ ଧରି ସେମାନଙ୍କ ଅଲଗା ହେବାର ଗୁଜବ ଚାଲିଛି । ତଥାପି ସେମାନେ ବାରମ୍ବାର ଛାଡପତ୍ର ଗୁଜବକୁ ଭୁଲ ପ୍ରମାଣିତ କରୁଛନ୍ତି । ରବିବାର ଦିନ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ସେମାନଙ୍କ ଝିଅ ଆରାଧ୍ୟା ସହ ଏକ ପାରିବାରିକ ବିବାହରେ ଯୋଗ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେଉଛି ।

ଏହି ତିନିଜଣଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଏକ ଗ୍ରୁପରେ ପୋଜ୍ ଦେଉଥିବାର ଦେଖାଯାଇଥିଲା, ଯେଉଁଥିରେ ସେଲିବ୍ରିଟି କପଲ୍ ପଛରେ ଠିଆ ହୋଇଥିଲେ । ଫଟୋରେ ଅଭିଷେକ-ଐଶ୍ୱର୍ଯ୍ୟା ଏକାଠି ଠିଆ ହୋଇଛନ୍ତି । ପୁନେରେ ଶ୍ଳୋକା ଶେଟ୍ଟୀଙ୍କ ଭାଇଙ୍କ ବିବାହରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ସେମାନଙ୍କର ଲୁକ୍ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ବିବାହରେ ଐଶ୍ୱର୍ଯ୍ୟା ଏକ ବହୁତ ସୁନ୍ଦର ଲାଇମ୍ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ।

ଗୋଟିଏ ଫଟୋରେ, ତିନିଜଣ ଏକାଠି କଥାବାର୍ତ୍ତା କରୁଥିବାର ନଜର ଆସିଥିଲେ । ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଐଶ୍ୱର୍ଯ୍ୟା ରାୟ ‘ପୋନିୟିନ୍ ସେଲଭାନ୍ II’ ପରଠାରୁ ତାଙ୍କର ନୂତନ ପ୍ରୋଜେକ୍ଟ ଘୋଷଣା କରିନାହାଁନ୍ତି । ଅଭିଷେକ ବଚ୍ଚନ, ଯିଏ ନିକଟରେ ‘ବି ହାପି’ରେ ନଜର ଆସିଥିଲେ । ସେ ଖୁବ୍ ଶୀଘ୍ର ‘ହାଉସଫୁଲ 5’ରେ ନଜର ଆସିବେ ।

Also read: ଚର୍ଚ୍ଚିତ ସିଙ୍ଗର ନେହା କକ୍କର ପୁଣି ଫ୍ୟାନ୍ସଙ୍କ ଟାର୍ଗେଟରେ, ଗୁଜବ ତଥ୍ୟ ପର୍ଦ୍ଦାଫାଶରେ ସଫଳ ପ୍ରଡକ୍ସନ ହାଉସ୍