ଛାଡପତ୍ର ଗୁଜବ ପରେ ଏକାଠି ଆସିଲେ ଅଭିଷେକ ଓ ଐଶ୍ଵର୍ଯ୍ୟା
ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହ ବିଛେଦକୁ ନେଇଁ ବହୁତ ଖବର କିଛିଦିନ ଧରି ବେଶ ଚର୍ଚ୍ଚାରେ ରହିଥିଲା । କିଛି ମାସ ପୁର୍ବରୁ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଐଶ୍ଵର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କ ସହ ଅନନ୍ତଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ବଚ୍ଚନ ପରିବାର ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଗୋଟିଏ ପରିବାର ହୋଇ ମଧ୍ୟ ଅଲଗା ହୋଇ ଯୋଗ ଦେଇଥିବା ହେତୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । କିଛି ଦିନ ହେଲା ଜୁନିୟର ବଚ୍ଚନ ଓ ଐଶ୍ଵର୍ଯ୍ୟା ଙ୍କ ବିବାହ ବିଛେଦକୁ ନେଇ ବିଭିନ୍ନ ଖବର ଗଣ ମାଧ୍ୟମରେ ନଜର ଆସୁଥିଲା ।
ଏହାର କିଛିମାସ ପରେ ଦୁବାଇର ଏକ ପୋଗ୍ରାମରେ ଐଶ୍ଵର୍ଯ୍ୟା ଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ତାଙ୍କ ସରନେମରୁ ବଚ୍ଚନ ହଟିଯାଇଥିଲା । ଏହାକୁ ସ୍କ୍ରିନରେ ଦେଖିବା ପରେ ବେଶ ଚର୍ଚ୍ଚା ହୋଇଥିଲା । ଏହି ସବୁ ସଙ୍କେତକୁ ଦେଖି ଏହି ଦୁଇ ଷ୍ଟାର ଦମ୍ପତ୍ତିଙ୍କ ବିବାହକୁ ନେଇ ବିଭିନ୍ନ କଥା ନଜରକୁ ଆସିଥିଲା । ଏବେ ଏହି ଲୋକପ୍ରିୟ ଷ୍ଟାର ଦମ୍ପତ୍ତିଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି ।
ଏହି ଫୋଟକୁ ଦେଖିଲା ପରେ ପ୍ରଶଂସକମାନେ ଚମକି ପଡିଛନ୍ତି । ଏହି ଦମ୍ପତ୍ତି ଜୁହୁ ର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବାହାରକୁ ଆସିଥିଲେ । ଏହାପରେ ସମସ୍ତେ ହୋଟେଲ ନିକଟରେ ପୋଜ ଦେଇ ଫୋଟ ଉଠାଇଥିଲେ । କିଛି ସମୟ ପରେ ଏହି ଫୋଟ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ଏହି ଫୋଟ ଭାଇରାଲ ହେବାପରେ ସେମାନଙ୍କ ମଧ୍ୟରେ ଥିବା ବିବାହ ବିଛେଦକୁ ନେଇ ଆସୁଥିବା ଖବର କେତେ ଦୁର ସତ୍ୟ ତାହା ଭାବିବାକୁ ପ୍ରଶଂସକ ଙ୍କୁ ବାଧ୍ୟ କରିଦେଇଛି ।
ନିଜ ପରିବାର ଓ ସମ୍ପର୍କୀୟଙ୍କୁ ଯୋଡିବା ପାଇଁ ପ୍ରିୟଜନଙ୍କ ପରାମର୍ଶରେ ବହୁତ କିଛି କରିବା ସମ୍ଭବ ହୋଇଥାଏ । କେବଳ ଅଭିଷେକ ଐଶ୍ଵର୍ଯ୍ୟା ନୁହଁ କେବଳ ଅତୀତରେ ଭାରତରେ ନିଜ ମତଭେଦକୁ ଦୁର କରି ବହୁ ଦମ୍ପତି ନିଜ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଟେଷ୍ଟା କରି ସଫଳ ହୋଇଛନ୍ତି । ଯେଉଁଥିରେ ପରିବାର ଓ ସମ୍ପର୍କର କଥା କୁହାଯାଏ । ଭାରତରେ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ଏହା ଆଇନ ଅନୁସାରେ ହୋଇଥାଉ କି ନହେଇଥାଉ କିନ୍ତୁ ସମ୍ପର୍କ କୁ କିପରି ଦୀର୍ଘ ସ୍ଥାୟୀ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥାଏ ।