ପତ୍ନୀ ନା ମା’ ! କାହାକୁ ଡରନ୍ତି ଅଭିଷେକ ? ଶୋ’ରେ କଲେ ଖୁଲାସା. . .

ପ୍ରସିଦ୍ଧ ଡାଇରେକ୍ଟର ଏବଂ ପ୍ରଡ୍ୟୁସର କରଣ ଜୋହରଙ୍କ ଶୋରେ ଅତିଥି ହିସାବରେ ଅଭିଷେକ ବଚ୍ଚନ ଏବଂ ତାଙ୍କ ଭଉଣୀ ଶ୍ବେତା ବଚ୍ଚନ ନନ୍ଦା ସାଥିରେ ରହିବେ। ଏହି ସମୟରେ କରଣ ଜୋହର କିଛି ଏମିତି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ଦେବା ପାଇଁ ଅଭିଷେକ ଏବଂ ଶ୍ବେତା ଦୁହେଁ ଚିନ୍ତାରେ ପଡିଲେ। ଏମିତିରେ ବି କରଣଙ୍କ ଶୋରେ ସବୁବେଳେ ନୂଆ-ନୂଆ ଖୁଲାସା ହୋଇଥାଏ।
ନିକଟରେ ଏମିତି ଏକ ଘଟଣାର ଖୁଲାସା ହୋଇଛି ଯେଉଁଥିରେ ଅଭିଷେକ ଏହା କହିବାର ଦେଖାଯାଉଛି ଯେ ସେ ସବୁଠୁ ଅଧିକ କାହାକୁ ଡରନ୍ତି। କରଣ ଜୋହର ରାପିଡ୍ ଫାୟର ରାଉଣ୍ଡରେ ଅଭିଷେକ ଏବଂ ଶ୍ବେତା ବଚ୍ଚନ ନନ୍ଦାଙ୍କୁ ପଚାରିଲେ ଯେ ଅଭିଷେକ ମା ଜୟା ଏବଂ ପତ୍ନୀ ଏୖଶ୍ବର୍ଯ୍ୟାଙ୍କ ମଧ୍ୟରୁ କାହାକୁ ଅଧିକ ଡରନ୍ତି।
ଏହି କଥାରେ ଅଭିଷେକ କୁହନ୍ତି ମାଙ୍କୁ ଅଧିକ ଡର ଲାଗେ କିନ୍ତୁ ସେତେବେଳେ ଶ୍ବେତା କହନ୍ତି ଅଭିଷେକ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଡରନ୍ତି। ଶ୍ବେତାଙ୍କର ଉତ୍ତର ଶୁଣିବା ପରେ ଅଭିଷେକ ତାଙ୍କୁ ଅଟକାଇ କହୁଛନ୍ତି, କରଣ ରାପିଡ ଫାୟାର ରାଉଣ୍ଡ ମୋ ସହିତ କରୁଛନ୍ତି ତ ଉତ୍ତର ବି ମୋର ଧରାଯିବ।
ଏବେ ଅଭିଷେକ ବାସ୍ତବରେ କାହାକୁ ଡରନ୍ତି ଏହା ତ କେବଳ ସେ ହିଁ ଜାଣନ୍ତି। କିନ୍ତୁ ଏହି ପ୍ରମୋ ଦେଖି ଏହା ନିଶ୍ଚୟ କୁହାଯାଇପାରେ ଯେ ଏହି ଏପିସୋଡ କେତେ ମଜାଦାର ହେବ। ଅଭିଷେକ ଏବଂ ଏୖଶ୍ବର୍ଯ୍ୟାଙ୍କ କେମେଷ୍ଟ୍ରୀ ମଧ୍ୟ ବହୁତ ଭଲ ରହିଛି।
ଅଭିଷେକ ଏବଂ ଏୖଶ୍ବର୍ଯ୍ୟା ଦୁହେଁ ଅନୁରାଗ କଶ୍ୟପଙ୍କର ଗୁଲାବ ଜାମୁନର ଜଲଦୀ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆଠ ବର୍ଷ ପରେ ବଲିଉଡର ଟପ୍ କପୁଲ ଏୖଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଦୁହେଁ ଏକା ସାଥିରେ ଗୁଳାବ ଜାମୁନ ଦ୍ବାରା ପରଦାକୁ ଆସୁଛନ୍ତି। ଶେଷ ଥର ଦୁହିଁଙ୍କୁ ମଣିରତ୍ନମ ଫିଲ୍ମ ‘ରାବନ’ରେ ଦେଖିବାକୁ ମିଳିଥିଲା। ଦୁହିଁଙ୍କର ରିୟଲ ଲାଇଫ୍ କେମେଷ୍ଟ୍ରୀ ଛଡା ରିଲ ଲାଇଫରେ ମଧ୍ୟ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।