ଏବେ ରାଜନୀତି ମଇଦାନକୁ ଓହ୍ଲାଇବେ ଅଭିଷେକ ବଚ୍ଚନ, ମୁଖ୍ୟମନ୍ତ୍ରୀ ରୂପରେ ଆସିପାରନ୍ତି ନଜର

ବଲିଉଡ୍‌ରେ ୧୦ ବର୍ଷ କ୍ୟାରିୟର ଭିତରେ ଅନେକ ଝଡ଼ଝଞ୍ଜାର ସାମ୍ନା କରିବା ପରେ ଅଭିଷେକ ବଚ୍ଚନ ପୁଣିଥରେ କିଛି କମାଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅଭିଷେକ ନିକଟରେ ନିଜ ଜନ୍ମ ଦିନ ପାଳନ କରିଛନ୍ତି ଓ ବନ୍ଧୁ, ପରିବାରଲୋକଙ୍କ ଆଶୀର୍ବାଦରେ କିଛି ନୂଆ ଆରମ୍ଭ କରିବାକୁ ଯାଉଛନ୍ତି।

ବାପା ଅମିତାଭ ବଚ୍ଚନଙ୍କ ଭଳି ସଫଳତା ଅର୍ଜନ କରିପାରିନଥିଲେ ମଧ୍ୟ ଅଭିଷେକ ହାର୍‌ ମାନିନାହାନ୍ତି। ଏବେ ବି ସେ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଲୋକଙ୍କ ଭଲ ପାଇବା ପାଇ ପାରିନାହାନ୍ତି। ତେବେ ପୂର୍ବ ଭୁଲରୁ ଶିକ୍ଷା ନେଇ ଅଭିଷେକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ।

ସତସତିକା ନୁହେଁ ପରଦାରେ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସ୍ମଲ ବି। ନିଜ ଆଗାମୀ ଫିଲ୍ମ ‘ଦଶବୀ’ରେ ଅଭିଷେକ ଜଣେ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଭିଷେକ ମୁଖ୍ୟମନ୍ତ୍ରୀ ହେବେ। ଫିଲ୍ମରେ ସେ ଦଶମ ଫେଲ୍‌ ସିଏମ୍‌ ଭୂମିକାରେ ନଜର ଆସିବେ।

ଫିଲ୍ମ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ଉପର ଗୁରୁତ୍ୱ ଦିଆଯାଇଛି। ଫିଲ୍ମ ଜରିଆରେ ନେତା ମନ୍ତ୍ରୀ ମଧ୍ୟ ଶିକ୍ଷିତ ହେବା ଦରକାର ବୋଲି ମେସେଜ୍‌ ଦିଆଯାଇଛି। ଫିଲ୍ମର ସୁଟିଂ ଆଗ୍ରା ଓ ଦିଲ୍ଲୀ ସମେତ ଅନ୍ୟ କେତେକ ସ୍ଥାନରେ ହେବ। ଏଥିରେ ଅଭିଷେକଙ୍କ ସମେତ ୟାମୀ ଗୌତମୀ ମଧ୍ୟ ନଜର ଆସିବେ। ସୂଚନାଯୋଗ୍ୟ ଯେ ଦଶବୀ ମାଧ୍ୟମରେ ଅଭିଷେକ ପୁଣିଥରେ ଧମାକେଦାର ରିଏଣ୍ଟ୍ରି କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.