ଅଭିଷେକ ବଚ୍ଚନଙ୍କ ଏହି ଫିଲ୍ମର ବଜେଟ ୩୦କୋଟି, ପ୍ରଥମ ଦିନରେ କମାଇଲା ଏତିକି ଲକ୍ଷ

ଅଭିଷେକ ବଚ୍ଚନଙ୍କ ଫ୍ୟାନ୍ସ ଶେଷଥର ୨୦୨୩ରେ ଘୁମର ଫିଲ୍ମରେ ଜୁନିୟର ବଚ୍ଚନଙ୍କୁ ଦେଖିଥିଲେ । ଯେଉଁଥିରେ ଅଭିଷେକଙ୍କ ସହିତ ସିୟମି ଖେର,ସବାନା ଆଜମୀ,ଏବଂ ଅଙ୍ଗଦ ବେଦୀ ଭଳି କଳାକାର ମାନେ ନଜର ଆସିଥିଲେ । ଏହାପରେ ଅଭିଷେକ ଏବେ ସୁଜିନ ସରକାରଙ୍କ ଫିଲ୍ମ ଆଇ ୱାଣ୍ଟ ଟୁ ଟକରେ ନଜରରେ ଆସିଛନ୍ତି । ଯାହା ସିନେମାହଲରେ ରିଲିଜ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ଏବେ ଗୋଟିଏ ଦିନ ହିଁ ପଡିଛି । ଏମିତିରେ ପିଲ୍ମର ଦର୍ଶକ ଓ ନିର୍ମାତାଙ୍କ ମଧ୍ୟରେ ଥିବା ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ହୋଇଛି । ତେବେ ପ୍ରଥମ ଦିନରେ ବକ୍ସ ଅଫିସରେ ଏହାର କେମିତି ଅବସ୍ଥା ରହିଛି ଆସନ୍ତୁ ଜାଣିବା ।

ଅଭିଷେକ ବଚ୍ଚନଙ୍କ ଫିଲ୍ମ ଆଇ ୱାଣ୍ଟ ଟୁ ଟକ ଗତକାଲି ସିନେମା ହଲରେ ରିଲିଜ ହୋଇସାରିଛି । ଏହି ଫିଲ୍ମର ନିର୍ଦେଶନା କରିଛନ୍ତି ସୁଜିତ ସରକାର । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ବୋଲି ଚର୍ଚ୍ଚା ହୋଇଛି । ଫିଲ୍ମର କାହାଣୀ ଏମିତି ଏକ ଲୋକ ଉପରେ ହୋଇଛି ଯିଏକି ଜଣେ କ୍ୟାନସର ବ୍ୟକ୍ତି । ଯାହାଙ୍କ ପାଖରେ ବଞ୍ଚିବା ପାଇଁ ମାତ୍ର ୧୦୦ ଦିନର ସମୟ ରହିଛି । ଅଭିଷେକ ବଚ୍ଚନ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଏହି ପିଲ୍ମରେ ତାଙ୍କ ସହ ଅହଲ୍ୟା ବାନରୁ,ବୀନିତା ସିନ୍ଧୁ,ଜନି ଲିବର ନଜରରେ ଆସୁଛନ୍ତି ।

ଅଭିଷେକ ବଚ୍ଚନଙ୍କ ପିଲ୍ମ ଆଇ ୱାଣ୍ଟ ଟୁ ଟକ ଗତକାଲି ରିଲିଜ ହୋଇଛି । ରିଲିଜ ହେବା ପରଠାରୁ ହିଁ ଧୀରେ ଧୀରେ ରୋଜଗାର ବଢିବା ଆରମ୍ଭ କରିଛି ଏହି ଫିଲ୍ମ । ପ୍ରଥମ ଦିନରେ ଫିଲମ ବକ୍ସ ଅଫିସରେ କିଛି ଖାସ ପ୍ରତିକ୍ରିୟା ମିଳିପାରିନାହିଁ। ଏକ ରିପୋର୍ଟ ମୁତାବିକ ପ୍ରଥମ ଦିନରେ ୨୫ ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ ଏହି ପିଲ୍ମଟି ୭.୪୪ ପ୍ରତିଶତ ଲୋକେ ସକାଳ ସମୟରେ ଦେଖିଥିଲେ । ସନ୍ଧ୍ୟା ସମୟରେ ୫.୬୦ ପ୍ରତିଶତ ଏବଂ ରାତିରେ ଏହି ସୋକୁ ୧୧ପ୍ରତିଶତ ଲୋକ ଦେଖିଥିଲେ ।

ଅଭିଷେକ ବଚ୍ଚନଙ୍କ ଏହି ଫିଲ୍ମର ସବୁଠାରୁ ଅଧିକମାତ୍ରାରେ ଚେନ୍ନାଇର ଦର୍ଶକ ଥିଲେ ।ଏହାପରେ ହାଇଦ୍ରାବାଦ ଏବଂ ବାଙ୍ଗାଲୁରୁ ରେ ଦର୍ଶକ ଦେଖିଥିଲେ । ଏହି ଫିଲ୍ମର ବଜେଟ ୩୦ କୋଟି ଥିଲା । ପ୍ରଥମ ଦିନ ପିଲ୍ମର ରୋଜଗାର ନିର୍ମାତା ଓ କଳାକାରଙ୍କ ହୋସ ଉଡାଇଦେଇଥିଲା । ଏବେ ସପ୍ତାହର ଶେଷ ଦିନ ବାକି ରହିଛି । ଆଗାମୀ ଦୁଇ ଦିନ ଭିତରେ ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା ରଖାଯାଉଛି । ଅଭିଷେକ ବଚ୍ଚନ ଓ ସୁଜିତ ସରକାର ପ୍ରଥମ ଥର ସାଙ୍ଗହୋଇ କାମ କରୁଛନ୍ତି ।

ତେବେଏହି ଫିଲ୍ମ ବିଷୟରେ ଥିବା ନିଜ ଭୁମିକାକୁ ନେଇ ଅଭିଷେଜକ ବଚ୍ଚନ ଏକ ଗଣମାଧମ ଆଗରେ କହିଥିଲେ ଜଣେ ବ୍ୟକ୍ତି ଯିଏ ବହୁ କଠିନ ସମୟ ଦେଇ ଗତି କରିଛନ୍ତି ତାଙ୍କ ପାଇଁ ଦୀର୍ଘ ୩୧ ବର୍ଷ ପରେ ହାର ମାନିବା ଅସମ୍ଭବ ଅଟେ । କିନ୍ତୁ ସତ ଏହାକି ସେ ଏପର୍ଯ୍ୟନ୍ତ ହାର ନ ମାନି କାମରେ ଲାଗି ରହିଛନ୍ତି । ସେ ଏବେପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଏହି କଥା ତାଙ୍କୁ ଅଧିକ ସାହାସ ଦେଉଛି । ଏବେ ଦେଖି ବାକୁ ବାକି ରହିଲା ସପ୍ତାହ ଶେଷରେ ଏହି ଫିଲ୍ମଟି କେତେ ରୋଜଗାର କରୁଛି ।

You might also like