ଫିଲ୍ମ ପ୍ରୋମୋସନ କରିବାକୁ ଆସିଥିଲେ ଜୁନିୟର ବଚ୍ଚନ, ହାତରେ ଦୁଇଟି ଘଣ୍ଟା ଦେଖି ଟ୍ରୋଲ କଲେ ଫ୍ୟାନ୍ସ

ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କିଛି ମାସ ହେବ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହା ଆପଣ ସମସ୍ତେ ଜାଣନ୍ତି । ପୁଣିଥରେ ଚର୍ଟ୍ଟାରେ ରହିଛନ୍ତି ବଲିଉଡ୍ ଷ୍ଟାର ଅଭିଷେକ । ଏଥର ସେ କେବଳ ଚର୍ଟ୍ଟାରେ ରହିବା ସହ ଟ୍ରୋଲର ଶିକାର ହୋଇଛନ୍ତି । ହଁ ଆଜ୍ଞା ତାଙ୍କୁ ଟ୍ରୋଲ କରିଛନ୍ତି କିଛି ଦର୍ଶକ । ସେ ଦୁଇଟି ହାତରେ ଦୁଇଟି ଘଣ୍ଟା ପିନ୍ଧୁ ଫ୍ୟାନ୍ସଙ୍କ ପାଖକୁ ଆସିଥିଲେ । ଯାହା ଫଳରେ ସେ ଟ୍ରୋଲର ଶିକାର ହୋଇଥିଲେ ।
ଚଳିତ ମାସରେ କିଛିଦିନ ପରେ ଅଭିଷେକ ବଚ୍ଚନଙ୍କ ଫିଲ୍ମ ବି ହାପି ଆଉ କିଛିଦିନ ପରେ ରିଲିଜ୍ ହେବାକୁ ଯାଉଛି । ଯାହାକି ମାର୍ଚ୍ଚ ୧୪ ତାରିଖରେ ଓଟିଟି ପ୍ଲାଟଫର୍ମରେ ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ମିଳିବ । ଏପରିକି ଅଭିଷେକ ବଚ୍ଚନ ଏହି ଫିଲ୍ମକୁ ପ୍ରୋମୋଟ କରୁଛନ୍ତି । ତେବେ ପ୍ରୋମୋସନ ସମୟରେ ଅଭିଷେକଙ୍କୁ ଏକ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫାନ୍ସମାନେ ଟ୍ରୋଲ କରିଥିଲେ ।
ସୋସିଆଲ ମିଡିଆ ପେଜ୍ ରେ ଇନଷ୍ଟାଣ୍ଟ ବଲିଉଡ୍ ଅଭିଷେକ ବଚ୍ଚନଙ୍କ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓ କାପସନରେ ଲେଖିଛନ୍ତି ସେ ଏତେ ଧନୀ ହେବାକୁ ଚାହୁଛନ୍ତି ଯେପରିକି ସେ ଦୁଇଟି ହାତରେ ଘଣ୍ଟା ପିନ୍ଧି ପାରିବେ । ତେବେ ଏହି ଭିଡିଓରେ କିଛି ୟୁଜର ଲେଖିଛନ୍ତି ଏହି ଦୁଇଟି ଘଣ୍ଟା ମଧ୍ୟରେ ଗୋଟିଏ ଐଶ୍ଵର୍ଯ୍ୟା ଦେଇଛନ୍ତି ଓ ଆଉ ଗୋଟିଏ ଜୟା ବଚ୍ଚନ ଦେଇଛନ୍ତି । ତ ଆଉ କିଏ ଲେଖିଛନ୍ତି ସ୍ତ୍ରୀ ଓ ମାଙ୍କ ଉପହାରରେ ଫସି ଯାଇଛନ୍ତି ଅଭିଷେକ । ଗୋଟିଏ ଘଣ୍ଟା ଐଶ୍ଵର୍ଯ୍ୟାଙ୍କ ପସନ୍ଦ ହୋଇଥିବ ଏବଂ ଆଉ ଗୋଟିଏ ମା ଜୟାଙ୍କର ପସନ୍ଦ ହୋଇଥିବ ।
ତ ଆଉ ଜଣେ ୟୁଜର ଲେଖିଛନ୍ତି ଏହା ସହ ଫିଲ୍ମର କୈଣସି ସମ୍ପର୍କ ଥାଇପାରେ । ଅଭିନେତା ମାନେ ନିଜ ଫିଲ୍ମକୁ ପ୍ରୋମୋଟ କରିବା ପାଇଁ ଏଭଳି କିଛି କରିଥାନ୍ତି । ତେବେ ଅଭିଷେକ ବଚ୍ଚନଙ୍କ ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରିର ସେହେନସା ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ନୋରା ଫତେହି, ଜନି ଲିଭର,ନାସିର ଏବଂ ହରଲୀନ ଏବଂ ସେଠି ଏହି ଫିଲ୍ମରେ ନଜର ଆସିବେ ।ଏହି ଫିଲ୍ମକୁ କୋରିଓଗ୍ରାଫର ଓ ନିର୍ଦେଶକ ରେମୋ ଡିସୁଜା ନିର୍ଦ୍ଦେଶନା ଦେଇଛନ୍ତି ।
Also read : ଅଭିଷେକ ବଚ୍ଚନଙ୍କ ଏହି ଫିଲ୍ମର ବଜେଟ ୩୦କୋଟି, ପ୍ରଥମ ଦିନରେ କମାଇଲା ଏତିକି ଲକ୍ଷ