ଅଭିଷେକ ଶର୍ମାଙ୍କୁ ଅଟୋଗ୍ରାଫ ମାଗିଲେ ଅକ୍ଷୟ କୁମାର, ଅଭିଷେକ ରଖିଲେ ଏମିତି ଜବାବ

ଅଭିଷେକ ଶର୍ମାଙ୍କୁ ଅଟୋଗ୍ରାଫ ମାଗିଲେ ଅକ୍ଷୟ କୁମାର । ବଲିଉଡର ନମ୍ବର ୧ ଖିଲାଡି ଇଣ୍ଡିଆ ଟୁଡେର କନକ୍ଲେଭ ୨୦୨୬ରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଯୋଗ ଦେଇଥିଲେ । ଏଠାରେ ଅକ୍ଷୟ କୁମାର ଏବଂ ଅଭିଷେକ ଶର୍ମାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା । ଦୁହେଁ ପରସ୍ପର ସହିତ ବହୁତ ମସ୍ତି କରିଥିଲେ ।

କ୍ରିକେଟର ଅଭିଷେକ ଶର୍ମା ଅକ୍ଷୟ କୁମାରଙ୍କ ନିଜ ବ୍ୟାଟ୍ ଗିଫ୍ଟ ଦେଇଥିଲେ । ଅଭିଷେକ ଶର୍ମା ଆଇସିସି ମେନ୍ସ ଟି୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ । ଇଭେଣ୍ଟରେ ଅଭିଷେକ ଶର୍ମା ବଲିଉଡ ଖିଲାଡି କୁମାରଙ୍କୁ ଟିପ୍ସ ଦେଇଥିଲେ । ଅକ୍ଷୟ ଅଭିଷେକଙ୍କ ବ୍ୟାଟରେ ଅଟୋଗ୍ରାଫ ମାଗିବାରୁ ଅଭିଷେକ କହିଥିଲେ, ସେହି ବ୍ୟାଟରେ ଅଟୋଗ୍ରାଫ ଦେବି, ଯେଉଁଥିରେ ମୁଁ ଟି୨୦ ବିଶ୍ବକପରେ ବ୍ୟାଟିଂ କରିଥିଲି । ଅଭିଷେକ ଅକ୍ଷୟ କୁମାରଙ୍କୁ ବ୍ୟାଟ୍ ଗିପ୍ଟ ଭାବେ ଦେବେ ବୋଲି କହିଥିଲେ ।

ଅକ୍ଷୟ କୁମାର ମାର୍ଶଲ ଆଟର୍ସ ଏବଂ ସ୍ପୋଟସ ପ୍ରେମୀ । ଏହି କନକ୍ଲେଭ ସମୟରେ ଅଭିଷେକ ଏବଂ ଅକ୍ଷୟଙ୍କ ମଧ୍ୟରେ ମଜାଦାର ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ଅକ୍ଷୟ ଅଭିଷେକଙ୍କ ଉପଲବ୍ଧି ଏବଂ ଟିମ୍ ଇଣ୍ଡିଆ ବିଶ୍ବକପ ଜିତିବା ନେଇ ପ୍ରଶଂସା କରିଥିଲେ ।

Also Read : ଏଥର ସିଧା ତୋର ମଥାରେ ଗୁଳି ମାରିବୁ, ବାଦଶାହଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ