ନିଶା କଲା ବରବାଦ ! ଠପ୍ ହୋଇଗଲା ସୁପରଷ୍ଟାର କଳାକାରଙ୍କ କଳା ଜୀବନ

ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କୁ ଖୁବ୍ କମ ସମୟରେ ମିଳିଥିଲା ସଫଳତା । ସେହିପରି ଆଉ କିଛି କଳାକାର ଅଛନ୍ତି ଯେଉଁମାନେ ଜୀବନ ସାରା କେବଳ ସଫଳତାର ସ୍ୱପ୍ନ ହିଁ ଦେଖି ଦେଖି ନିରାଶ ହୋଇଛନ୍ତି । ଅଆହୁରି ଅନେକ କଳାକାର ଅଛନ୍ତି ଯେଉଁମାନେ କି ଇଣ୍ଡଷ୍ଟ୍ରିକୁ ଆସିଛନ୍ତି ଓ ଯାଇଛନ୍ତି । ତେବେ ଆଜି ଆମେ ଏପରି କିଛି ବଲିଉଡ୍ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନରେ ସଫଳତାର ଶୀର୍ଷରେ ଥିବା ସମୟରେ କେବଳ ମଦ ଏବଂ ନିଶା ପାଇଁ ନିଜ କ୍ୟାରିୟରକୁ ନଷ୍ଟ କରି ଦେଇଛନ୍ତି ।
ଧର୍ମେନ୍ଦ୍ର
ବଲିଉଡର ବରିଷ୍ଠ ଅଭିନେତା ଭାବେ ଗଣା ଯାଉଥିବା ଧର୍ମେନ୍ଦ୍ର ତାଙ୍କ ସମୟରେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । କିନ୍ତୁ ତାଙ୍କ ନିଶାର ଅଭ୍ଯାସ ତାଙ୍କ କ୍ୟାରିୟରକୁ ବରବାଦ କରି ରଖିଦେଇଥିଲା । ସେ ଡ୍ରଗସ ସହ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଏବଂ ପ୍ରବଳ ମଦ ପିଉଥିଲେ । କିନ୍ତୁ ୨୦୧୧ ମସିହାରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ନିଶାରୁ ନିବୃତ୍ତ ହୋଇ ଯାଇଥିଲେ ।
ରଣବୀର କପୁର
ବି-ଟାଉନର ସୁପରଷ୍ଟାରଙ୍କ ମଧ୍ୟରେ ଗଣା ଯାଆନ୍ତି ରଣବୀର । ତାଙ୍କର ବାସ୍ତବିକ ଅଭିନୟ ପାଇଁ ସେ ଦର୍ଶକଙ୍କ ମନରେ ଘର କରି ନେଇଛନ୍ତି । ତେବେ ଆପଣ ଜାଣିନଥିବେ କିନ୍ତୁ ଆକ୍ଟିଂ ସ୍କୁଲରେ ଥିବା ସମୟରେ ରଣବୀରଙ୍କର ଧୂମପାନ କରିବାର ବହୁତ ଖରାପ ଅଭ୍ୟାସ ରହିଥିଲା । ଏପରିକି ଅନେକ ଥର ତାଙ୍କୁ ସୁଟିଂ ସେଟରେ ମଧ୍ୟ ଧୂମପାନ କରିବାର ଦେଖିବାକୁ ମିଳିିଛି । କିନ୍ତୁ ସମୟ ସହ ସେ ଏହାକୁ ବନ୍ଦ କରି ଦେଇଛନ୍ତି ।
ଏହା ସହ ପଢ଼ନ୍ତୁ : ସେଟରୁ ଅଭିଷେକଙ୍କ ଲୁକ୍ ହେଲା ଲିକ୍, କାନ୍ଧରେ ଗାମୁଛା ସହ ଇ-ରିକ୍ସାରେ ଆସିଲେ ନଜର
କପିଲ ଶର୍ମା
କମେଡ଼ିର କିଙ୍ଗ ଭାବେ ଜଣାଶୁଣା କପିଲ ଶର୍ମା ବିଶ୍ୱ ଦରବାରରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । କିଛି ସମୟ ପାଇଁ ତାଙ୍କୁ କମେଡ଼ିର ବାହଶାହା ମଧ୍ୟ କୁହାଯାଉଥିଲା । ଟେଲିଭିଜନ ଦୁନିଆରେ ଲୋକଙ୍କ ହସାଇ ହସାଇ ନୟାନ୍ତ କରିଥିବା କପିଲ ଏବେ ତାଙ୍କରି ପ୍ରଶଂସକଙ୍କ ଘୃଣାର ପାତ୍ର ହୋଇଛନ୍ତି । ମିଡିଆ ରିପୋର୍ଟ ମୁତାକବ, କପିଲ ଅଧିକ ନିଶା ସେବନ କରିବା ସହ ତାଙ୍କ ସହକଳାକାର ଏବଂ ସହକର୍ମୀଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଯାହାଫଳରେ ତାଙ୍କ ସୁପରହିଟ୍ ଶୋ ବନ୍ଦ ହୋଇଯାଇଥିଲା ଏବଂ କ୍ୟାରିୟର ଠପ୍ ହୋଇଯାଇଥିଲା ।