ଏବେ ଆମ୍ବୁଲାନ୍ସ ଡ୍ରାଇଭର ହୋଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏହି ଅଭିନେତା, ଧର୍ମ ଅନୁସାରେ କରାଉଛନ୍ତି ଅନ୍ତିମ ସଂସ୍କାର

କନ୍ନଡ ଆକ୍ଟର ଅର୍ଜୁନ ଗୌଡାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ତାଙ୍କର କୌଣସି ଅଭିନୟ ପାଇଁ ନୁହେଁ, ବରଂ ବାସ୍ତବ ଜୀବନରେ ଉଠାଇଥିବା ଏକ ଉତ୍ତମ ପଦକ୍ଷେପକୁ ନେଇ। କରୋନାର ଏହି ମୁସ୍କିଲ ସମୟରେ ଅର୍ଜୁନ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଉ ଏବେ ସେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଛନ୍ତି।

‘ଯୁବରତ୍ନ’ ଓ ‘ରୁସ୍ତମ୍‌’ ଭଳି ଫିଲ୍ମରେ ନଜର ଆସିଥିବା ଅର୍ଜୁନ ଗୌଡା ନିଜର ଏହି ଅଭିଯାନକୁ ‘ପ୍ରୋଜେକ୍ଟ ସ୍ମାଇଲ ଟ୍ରଷ୍ଟ’ ନାଁ ଦେଇଛନ୍ତି। ଅର୍ଜୁନ କହିଛନ୍ତି କି, ସେ ଆମ୍ବୁଲାନ୍ସ ସେବାର ଉପଯୋଗ ସେହି ଲୋକଙ୍କ ପାଇଁ କରୁଛନ୍ତି, ଯାହାଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ରହିଛି। ଏଥିସହିତ ସେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ସାହାଯ୍ୟ କରୁଛନ୍ତି।

ଅଭିନେତା କହିଛନ୍ତି, ‘ମୁଁ ଅନେକ ଦିନରୁ ରାସ୍ତା ଉପରେ ହିଁ ଅଛି ଏବଂ ଏହି ସ୍ଥିତିରେ ଅନେକ ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟ କରୁଛି। ସବୁ ଧର୍ମର ଲୋକଙ୍କୁ ସାହାଯ୍ୟ କରାଯାଉଛି। ଧର୍ମ ଅନୁସାରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଛି।’ ସେ ଆହୁରି କହିଥିଲେ କି, ସେ ଲୋକଙ୍କୁ ଅକ୍ସିଜେନ ବି ଡେଲିଭରୀ କରେଇବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି।

You might also like