ସାଉଥ ଷ୍ଟାର ବିକ୍ରମଙ୍କ ସ୍ୱାସ୍ଥ୍ୟବସ୍ଥାରେ ହେଉଛି ଉନ୍ନତି, ହାର୍ଟ ଆଟାକ୍‌ ଯୋଗୁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ସାଉଥ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଗତକାଲି ହାର୍ଟ ଆଟାକର ଶିକାର ହେବା ପରେ ତାମିଲ୍ ଅଭିନେତା ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତାଙ୍କୁ କାୱେରୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଖୁବଶୀଘ୍ର ନର୍ମାଲ ଓ୍ଵାର୍ଡକୁ ସିଫ୍ଟ ହେବେ ବୋଲି ସୂଚନା ମିଳିଛି। ତେବେ ତାଙ୍କୁ ଆଉ କିଛିଦିନ ପରେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଖବର ମିଳିଛି।

ରିପୋର୍ଟ ମୁତାବକ, ବିକ୍ରମ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପୋନ୍ନିୟିନ ସେଲବନ ପାର୍ଟ ୧’ର ଟିଜର ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ଏହି ଫିଲ୍ମରେ ବିକ୍ରମ ଲିଡ ରୋଲରେ ଆସିବେ । ଚାରିବର୍ଷ ପରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନମଧ୍ୟ ପରଦାକୁ ଫେରୁଛନ୍ତି। ନିକଟରେ ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ଦେଖିବାକୁ ମିଳିଥିଲା।

ମଣିରତ୍ନମ ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ଅନ୍ୟ ସମସ୍ତ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି। ଶେଷଥର ପାଇଁ ପରଦାକୁ ବିକ୍ରମଙ୍କ ‘ମହାନ’ ଫିଲ୍ମ ଆସିଥିଲା । ଏହି ଫିଲ୍ମଟି ଚଳିତ ବର୍ଷ ପ୍ରାରମ୍ଭରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା ।

ବିକ୍ରମ ତାମିଲ, ତେଲୁଗୁ ଓ ହିନ୍ଦି ସମେତ ଅନେକ ଭାଷାରେ ଅଭିନୟ କରିସାରିଛନ୍ତି । ସେ ୨୦୦୪ରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ଆଜି ପର୍ଯ୍ୟନ୍ତ ସେ ୭ଟି ଫିଲ୍ମଫେୟାର ପୁରସ୍କାର, ତାମିଲନାଡ଼ୁ ରାଜ୍ୟ ଫିଲ୍ମ ପୁରସ୍କାର ଓ ତାମିଲନାଡ଼ୁ ସରକାରଙ୍କ କଲୈମାମଣି ପୁରସ୍କାର ପାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.