କ୍ୟାନସର ପୀଡିତ ହୋଇ ଚାଲିଗଲେ ୩୦ ବର୍ଷୀୟ ଏହି ଅଭିନେତା, କିଛିଦିନ ପୂର୍ବରୁ ହସପିଟାଲରୁ ସେୟାର କରିଥିଲେ ଫଟୋ

ସିନେପ୍ରେମୀଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର। ମାତ୍ର ୩୦ ବର୍ଷ ବୟସରେ ଜୀବନ ହରାଇଛନ୍ତି ଜଣେ ଯୁବ ଅଭିନେତା। କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଆସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ ହୋଇଥିଲେ । ଅଭିନେତା ଜଣକ କ୍ୟାନସରର ଚତୁର୍ଥ ଷ୍ଟେଜର ରହି ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଗୌହ୍ଵାଟୀରେ ମଧ୍ୟ ଚାଲିଥିଲା। କିଶୋରଙ୍କ ମୃତ୍ୟୁରେ ତାଙ୍କର ବନ୍ଧୁ, ପରିବାର, ଓ ଫ୍ୟାନ୍ସଙ୍କ ମନରେ ଗଭୀର ଦୁଃଖର ଲହରୀ ଖେଳାଇ ଦେଇଛି ।

ମୃତ୍ୟୁ ପୂର୍ବରୁ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କିଶୋର କିଛି ସମୟ ପୂର୍ବରୁ ନିଜର ଏକ ଫଟୋ ସେୟାର କରିଥିଲେ । ଏ ନେଇ କିଶୋର କହିଥିଲେ, ମୁଁ କେମୋଥେରାପିର ଚତୁର୍ଥ ପର୍ଯ୍ୟାୟରେ ରହିଛି । କାମୋଥେରାପିର ଅନେକ ସାଇଡ୍ ଇଫେକ୍ଟସ ରହିଛି । ଦୁର୍ବଳତା, ଚକ୍କର ଆସିବା ପରି ସମସ୍ୟା ଦେଇ ମୁଁ ଗତି କରୁଛି । ଷ୍ଟେଜ ୪ କ୍ୟାନସର ବିଷୟରେ ଜାଣିବା ପରେ ମୋର ଜୀବନର ସତ୍ୟତା ବଦଳି ଯାଇଛି ।

କିଶୋର ନିଜର ଫିଲ୍ମ କ୍ୟାରିୟରରେ ୩୦୦ରୁ ଅଧିକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ତାଙ୍କର ଗୀତ ‘ଟୁରୁତ ଟୁରୁତ’ ଆସମରେ ବେଶ ଲୋକପ୍ରିୟ। ଆସମ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ଗଣାଯାଉଥିଲା । ତେବେ ଅଭିନେତାଙ୍କୁ ହରାଇ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ଭାଙ୍ଗି ପଡିଛି।

Leave A Reply

Your email address will not be published.