‘ଦେବୋଁ କେ ଦେବ ମହାଦେବ’ର ଫେମ୍‌ ଆକ୍ଟର ମୋହିତଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ଲୋକପ୍ରିୟ ଆକ୍ଟର ମୋହିତ ରୈନା କରୋନା ପଜିଟିଭି ମିଳିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ମୋହିତ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଦୁଇଟି ଫଟୋ ମଧ୍ୟ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ହସ୍ପିଟାଲ ବାହାରର ଭ୍ୟୁ ଏବଂ ଅନ୍ୟ ଏକ ଫଟୋରେ ତାଙ୍କ ହାତରେ ଡ୍ରିପ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି।

ମୋହିତ ଲେଖିଛନ୍ତି, ‘ମୁଁ ଯେବେ ବାହାର ଏବଂ ଭିତର ଦେଖେ, ତ ପ୍ରାର୍ଥନା କରିଥାଏ। ପାପା କୁହନ୍ତି, ପ୍ରାର୍ଥନା ସବୁବେଳେ କାମ କରିଥାଏ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସୁରକ୍ଷିତ ରୁହନ୍ତୁ ଏବଂ ମାନବତା ପାଇଁ ପ୍ରାର୍ଥନା କରନ୍ତୁ। ଗତ ସପ୍ତାହରେ କୋଭିଡ୍‌ ପଜିଟିଭ ମିଳିବା ପରେ ଡାକ୍ତରଙ୍କ ହାତରେ ସୁରକ୍ଷିତ ଅଛି। ସବୁ ଦିନ ଭାବନାକୁ ଦେଖୁଛୁ। ଏହି ଲୋକଙ୍କ ଯୋଗୁ ଆମେ ସୁରକ୍ଷିତ ଅଛୁ। ଅତି କମ୍‌ରେ ଆମେ ଭିତରେ ରହିପାରିବା। ଜଲ୍‌ଦି ଆପଣଙ୍କୁ ଭେଟିବି’।

େଓ୍ଵବ୍‌ ସିରିଜ୍‌ ‘କାଫିର’ରେ ମୋହିତଙ୍କ କୋ-ଷ୍ଟାର ଦିୟା ମିର୍ଜା ମଧ୍ୟ ତାଙ୍କର ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି। ଦିୟା ଲେଖିଛନ୍ତି, ‘ଖୁସି ରୁହନ୍ତୁ ଏବଂ ଜଲ୍‌ଦି ଠିକ୍‌ ହୋଇଯାଆନ୍ତୁ। ମୋ ତରଫରୁ ଆପଣଙ୍କୁ ବହୁତ ଭଲ ପାଇବା ଏବଂ ପ୍ରାର୍ଥନା। ଆପଣଙ୍କ ରିକଭରୀ ଜଲ୍‌ଦି ହେଉ’। କହି ରଖୁଛୁ, ମୋହିତଙ୍କୁ ଟିଭି ଶୋ’ ‘ଦେବୋଁ କେ ଦେବ ମହାଦେବ’ରେ ପପୁଲାରିଟି ମିଳିଥିଲା। ଏଥିରେ ସେ ମହାଦେବଙ୍କ ଚରିତ୍ର ନିଭାଇଥିଲେ।

 

View this post on Instagram

 

A post shared by Mohit Raina (@merainna)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.