କପିଲ ଶର୍ମାଙ୍କୁ କାହିଁକି ପସନ୍ଦ କରନ୍ତିନି ମୁକେଶ ଖାନ୍ନା ?, କାରଣ କହିଲେ ଶକ୍ତିମାନ ଚରିତ୍ରର ମୁକେଶ

ଅଭିନେତା ମୁକେଶ ଖାନ୍ନାଙ୍କୁ କିଏ ବା ନ ଜାଣେ । ସେ ଜଣେ ଚର୍ଚ୍ଚିତ ଚେହେରାର ବ୍ୟକ୍ତିତ୍ତ୍ବ । ଶକ୍ତିମାନ ସରିଏଲ ଘରେ ଘରେ ପ୍ରିୟ ଥିଲା । ଯେଉଁଥିରେ ସେ ଶକ୍ତିମାନର ଚରିତ୍ରକୁ ନିଭାଉଥିଲେ । ଏତିକି ନୁହେଁ ବରଂ ମହାଭାରତରେ ଭୀଷ୍ମ ପିତାମହ ରୂପେ ଘରେ ଘରେ ବେଶ୍ ପରିଚିତ ମୁକେଶ ଖାନ୍ନା । ମୁକେଶଙ୍କର ସେହି ଚରିତ୍ର ଲୋକଙ୍କ ମନରେ ଏବେ ବି ଜୀବନ୍ତ ହୋଇ ରହିଛି । ଏବେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗଟ କରିଛନ୍ତି ଶକ୍ତିମାନ ମୁକେଶ ଖାନ୍ନା ।  କପିଲଙ୍କ ଶୋକୁ ନଯିବାର କାରଣ ମଧ୍ୟ କହିଛନ୍ତି ।

ମୁକେଶ ଖାନ୍ନା ମୁହେଁ ମୁହେଁ କଥା କହିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି । ଆୱାର୍ଡ ଶୋ ସମୟରେ କପିଲ ଶର୍ମା ତାଙ୍କୁ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ରାଗିଛନ୍ତି ମୁକେଶ ଖାନ୍ନା । ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ହୋଇନାହିଁ ବରଂ ତାଙ୍କ ଉପରେ ଥିବା କର୍ତ୍ତବ୍ୟକୁ ବୋଧ ହୁଏ କପିଲ ଭୁଲିଯାଇଛନ୍ତି । ଯାହା ତାଙ୍କୁ ଖରାପ ଲାଗିଥିଲା । ତେଣୁ ସେ କପିଲ ଶର୍ମାଙ୍କୁ ପସନ୍ଦ କରନ୍ତିନାହିଁ ବୋଳଇ କହିଛନ୍ତି । ଯେଉଁଥି ପାଇଁ ସେ କପିଲ ଶର୍ମାଙ୍କ ଶୋକୁ ଯିବାକୁ ମନା କରିଦେଇଥିଲେ ।

ଆହୁରି ମଧ୍ୟ କହିଛନ୍ତି ଯେ, ଗୋଲ୍ଡ ଆୱାର୍ଡରେ ମୁକେଶଙ୍କ ବ୍ୟତୀତ କପିଲ ଶର୍ମାଙ୍କୁ ମଧ୍ୟ ନମନ୍ତ୍ରଣ କରାଯାଇଥିଲା । କପିଲ ତାଙ୍କ ପାଖରେ ଆସି ଲଗାତାର ୨୦ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ପାଖରେ ବସି ରହିଥିଲେ । କିନ୍ତୁ ମୁକେଶଙ୍କୁ ପ୍ରଣାମ କି କୌଣସି ଅଭିବାଦନ ଜଣାଇ ନଥିଲେ । ଯାହା ତାଙ୍କୁ ଅପମାନ ଲାଗିଥିଲା । ପରେ ତାଙ୍କ ନାଁ ଆନାଉନ୍ସମେଣ୍ଟ ହେବା ପରେ ସେ ଆୱାର୍ଡ ନେଇ ସେଠାରୁ ଚାଲିଯାଇଥିଲେ ।

ମୁକେଶ ଖାନ୍ନା ବରିଷ୍ଠ ଅଭିନେତା ହୋଇଥିବା ହେତୁ ତାଙ୍କୁ ସମସ୍ତେ ସମ୍ମାନଜନକ ବ୍ୟବହାର ଦେଇଥାନ୍ତି । କିନ୍ତୁ କପିଲ ଶର୍ମାଙ୍କ କ୍ଷେତ୍ରରେ ତାହା ଘଟି ନଥିଲା । ଏୟାରପୋର୍ଟରେ ଭେଟ ହୋଇଥିବା କିଛି ଷ୍ଟାରଙ୍କ ସମ୍ପର୍କରେ ପ୍ରଶଂସା କରି କହିଥିବାବେଳେ କପିଲଙ୍କ ମନ୍ଦ ଆଚରଣ ବିଷୟରେ କହିଥିଲେ।  ଶେଷରେ ମୁକେଶ କହିଛନ୍ତି ଯେ, ତୁମେ ଜାଣ କି ନଜାଣ କିନ୍ତୁ ଦୁହେଁଦୁହିଁଙ୍କୁ ପ୍ରଶଂସା, ଅଭିବାଦନ ଦେବା ଆବଶ୍ୟକ । କାହିଁକି ନା ସମସ୍ତେ ଗୋଟିଏ ଇଣ୍ଡଷ୍ଟ୍ରିର ।

 

Also Read : ସାଙ୍ଗ ଜାହ୍ନବୀ କପୁରଙ୍କୁ କେତେ କୋଟି ଟଙ୍କାର ଉପହାର ଦେଲେ ଅନନ୍ୟା, ଜାଣିଲେ ହୋସ ଉଡିଯିବ