୧୩୦ କିଲୋ ଓଜନର ଏହି ଅଭିନେତାଙ୍କ ନୂଆ ଲୁକ୍‌ କରିଦେଲା ଆଶ୍ଚର୍ଯ୍ୟ, ପତଳା ହେବା ପାଇଁ ୧୬ ଘଣ୍ଟା ରହୁଥିଲେ ଉପାସ 

ଟିଭି ସିରିଏଲ ‘ବଡେ ଅଚ୍ଛେ ଲଗତେ ହେଁ’ ଏବଂ ‘କସମ ସେ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଆକ୍ଟର ରାମ କପୁରଙ୍କ ଟ୍ରାନ୍ସଫରମେଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ୧୯୭୩ ସେପ୍ଟେମ୍ବର ୧ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଯେତେବେଳେ ଶେଷଥର ଏକତା କପୁରଙ୍କ ଶୋ’ ‘କର ଲେ ତୁ ଭି ମୋହବତ’ ଏବଂ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲବଯାତ୍ରୀ’ରେ ଦେଖାଯାଇଥିଲେ, ସେତେବେଳେ ତାଙ୍କ ଓଜନ ଅଧିକ ଥିଲା। କିଛି ଦିନ ପୂର୍ବରୁ ରାମ କପୁରଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା, ଯାହାକି ଚକିତ କଲା ଭଳି ଥିଲା।

ram2

ରାମ କପୁର ନିଜ ଫିଟନେସ୍‌ ଉପରେ ଲମ୍ବା ସମୟ ଧରି କାମ କରୁଛନ୍ତି। ୨୦୧୭ରେ ସେ ଜିମରେ ଝାଳ ବାହାରୁଥିବା ବେଳର ନିଜର କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଓଜନ ହ୍ରାସ କରିବା ରାମ କପୁରଙ୍କ ପାଇଁ ସହଜ ନ ଥିଲା। ରାମ କପୁର କହିଥିଲେ, ‘ମୁଁ ପ୍ରଥମେ ୧୩୦ କିଲୋ ଥିଲି। ଚାହୁଁଥିଲି କି ୨୫ରୁ ୩୦ କିଲୋ ଓଜନ କମ୍‌ ହୋଇଯାଉ। ତେଣୁ ନିଷ୍ପତ୍ତି ନେଲି, ଯଦି ମୁଁ ମୋ ଓଜନ କମେଇବାକୁ ଚାହୁଁଛି, ତା’ହେଲେ ମୋତେ କାମରୁ ନିବୃତ୍ତ ରହିବାକୁ ପଡ଼ିବ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ରହିବା ଦରକାର। ପାଖପାଖି ୬ ମାସରୁ ଗୋଟିଏ ବର୍ଷ ପଯ୍ୟର୍ନ୍ତ’। ସେ ନିଜ ଦିନଚର୍ଯ୍ୟା ବିଷୟରେ କହିଥିଲେ କି, ସକାଳେ ଯେତେ ଜଲଦି ପାରୁଛି ଉଠିଯାଉଛି। ଖାଲି ପେଟରେ ଏକ ଘଣ୍ଟା ୱେଟ ଲିଫ୍ଟି କରୁଛି। ପୁଣି ରାତିରେ ଶୋଇବା ପୂର୍ବରୁ କାର୍ଡିଓ କରୁଛି। ମୁଁ ୮ ଘଣ୍ଟା ଭିତରେ ବହୁତ କମ୍‌ ଖାଦ୍ୟ ଖାଉଛି। ବାକି ୧୬ ଘଣ୍ଟା କିଛି ଖାଉନାହିଁ। ମୁଁ କ୍ଷୀର, ତେଲ, ଚିନି, ଏ ସବୁକୁ ଛାଡ଼ି ଦେଇଛି’।

ଏହାସହ ପଢନ୍ତୁ: ପେଟରେ ଷ୍ଟ୍ରେଚ୍‌ ମାର୍କକୁ ନେଇ ଟ୍ରୋଲ ହେଲେ ଜରୀନ୍‌ ଖାନ, ସପୋର୍ଟରେ ବାହାରି ଅନୁଷ୍କା କହିଲେ ଏମିତି କଥା

ram3

ସେ ଆଉ ମଧ୍ୟ କହିଥିଲେ, ‘ମୋତେ ଜଣା ଥିଲା କି ଏହା ବହୁତ କଠିନ ହୋଇପାରେ। ଏତେ ଲମ୍ବା ସମୟ ଯାଏ ପୂରାପୂରି କାମ ବନ୍ଦ କରିବା, ଏକ କଠିନ ନିଷ୍ପତ୍ତି ଥିଲା। ମୁଁ ନିଜ କ୍ୟାରିୟରର ଶେଷ ୧୦ ବର୍ଷରେ ଅସ୍ୱସ୍ଥ ବ୍ୟକ୍ତି ରହିଛି। ଧନ୍ୟବାଦ ଜଣାଉଛି କି, ମୋ ପ୍ରଶଂସକମାନେ ମୋତେ ସ୍ୱୀକାର କରିଛନ୍ତି। ଯେତେବେଳେ ମୁଁ ଏହି ନିଷ୍ପତ୍ତି ନେଇଥିଲି, ତାହା ମୋର ପ୍ରାଥମିକତା ବନିଯାଇଥିଲା ବୋଲି ରାମ କପୁର କହିଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.