ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ, ମୁମ୍ବାଇ କୋକିଲାବେନ ହସପିଟାଲରେ ଭର୍ତ୍ତି

ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ । ମୁମ୍ବାଇ କୋକିଲାବେନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କରିନା କପୁର ଓ କରିସ୍ମା କପୁରଙ୍କ ବାପା ରଣଧୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ତାଙ୍କୁ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଗତ ଦେଢ଼ ବର୍ଷ ହେବ କପୁର ପରିବାର ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି । ଅଭିନେତା ରାଜ କପୁରଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ଗତ ଦେଢ଼ ବର୍ଷ ମଧ୍ୟରେ ତିନି ଜଣଙ୍କର ଦେହାନ୍ତ ହୋଇସାରିଛି । ରଣଧୀରଙ୍କ ଭାଇ ଋଷି କପୁର ଏପ୍ରିଲ ୩୦ ତାରିଖ ୨୦୨୦ରେ କ୍ୟାନସରରେ ପ୍ରାଣ ହରାଇଥିଲେ । ଗତ ଫେବ୍ରୁଆରୀ ୯ ତାରିଖରେ ହୃଦଘାତରେ ସାନଭାଇ ରାଜୀବ କପୁରଙ୍କ ମୃତ୍ୟୁ ହୋଇଥିଲା । ଭଉଣୀ ଋତୁ ନନ୍ଦା ଗତବର୍ଷ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.