ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ବଲିଉଡର ଏହି ଅଭିନେତା, ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି

ସାଧାରଣତଃ ଫିଲ୍ମରେ କାମ କରିଥିବା ହିରୋ, ହିରୋଇନ, ଭିଲେନ ମାନଙ୍କୁ ହିଁ ଲୋକେ ଅଧିକ ଚିନ୍ହିଥାନ୍ତି  । ଫିଲ୍ମର ସଫଳତା ନେଇ ସେମାନଙ୍କୁ ହିଁ କ୍ରେଡିଟ ଦିଆଯାଇଥାଏ  । କିନ୍ତୁ ଏମିତି କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି ସେମାନଙ୍କ କାମ ପ୍ରଶଂସନୀୟ ହୋଇଥିଲେ ବି ସେମାନେ ଏକପ୍ରକାର ନଜରଅନ୍ଦାଜ ହୋଇ ରହିଯାନ୍ତି  । ଏହି କାରଣରୁ ସାଧାରଣ ଲୋକଙ୍କ ନଜରକୁ ବି ସେମାନେ ଆସିପାରନ୍ତି ନାହିଁ  । କାମ ଅଭାବରୁ ସେମାନଙ୍କୁ ଘୋର ଆର୍ଥିକ ଅନଟନର ସାମ୍ନା କରିବାକୁ ହୋଇଥାଏ  । ସେମିତି ହିଁ ଜଣେ ଆକ୍ଟର ହେଉଛନ୍ତି ରେଶମ ଆରୋରା  । ୭୧ ବର୍ଷୀୟ ରେଶମ ଅଗ୍ନିପଥ, ଖୁଦା ଗବାହ ପରି ଅନେକ ହିଟ ଚଳଚିତ୍ରରେ କାମ କରିଥିଲେ ସୁଦ୍ଧା ତାଙ୍କ ନାଁ ସେତେଟା ଲୋକଲୋଚନକୁ ଆସିପାରି ନଥିଲା  ।

ଯଦିବା ଏଗୁଡିକରେ ତାଙ୍କ ଅଭିନୟ ଖୁବ ଚମତ୍କାର ଥିଲା  । ୧୯୯୦ରେ ରିଲିଜ ହୋଇଥିବା ଅଗ୍ନିପଥରେ ରେଶମ ଏକ ଡ଼ାକ୍ତର ଭୂମିକାରେ ଦେଖାଦେଇଥିଲେ  । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗଭୀର ଆଘାତ ପାଇଥିବା ବେଳେ ତାଙ୍କ ଚିକିତ୍ସା କରିଥିବାର ନଜର ଆସିଥିଲେ  । ଯେବେକି “ଖୁଦା ଗବାହ”ରେ ଏକ ଜେଲର ଭୂମିକାରେ ତାଙ୍କ ଅଭିନୟ ବି ଖୁବ ଉତ୍କୃଷ୍ଟ ଥିଲା  । ଖାଲି ସେତିକି ନୁହେଁ ଫିଲ୍ମ ବ୍ୟତୀତ ଅନେକ ଟିଭି ଶୋ’ ରେ ବି ଭାଗ ନେଇଛନ୍ତି  । କିନ୍ତୁ କରୋନା କାରଣରୁ ଜାରିହୋଇଥିବା ଲାକଡାଉନ କାରଣରୁ ଦୀର୍ଘ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ  । ଆଉ ଏହି କାରଣରୁ ତାଙ୍କୁ ଅନେକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି  । ଓଷଧ ଖାଇବାକୁ ବି ତାଙ୍କ ନିକଟରେ ଆବଶ୍ୟକତା ମୁତାବକ ଅର୍ଥ ନାହିଁ  । ଏମିତି ଏକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଇଣ୍ଡଷ୍ଟ୍ରିର କିଛି ସାଥି ଆର୍ଥିକ ସାହାଯ୍ୟ ନେଇ ଆଶା ରଖିଥିବା ନେଇ କହିଛନ୍ତି  ।

ଟିଭି ଚ୍ୟାନେଲକୁ ଦେଉଥିବା ଏକ ସାକ୍ଷାତ୍କାର ସମୟରେ ନିଜ ପୁରୁଣା ଦିନ ଗୁଡିକୁ ମନେପକାଇ ସେ କହିଛନ୍ତିକି, କିଛି ବର୍ଷ ପୂର୍ବେ ଏକ ଚଳନ୍ତା ଟ୍ରେନ ସାମ୍ନାରେ ତାଙ୍କ ଗୋଡ ଖସି ଯାଇଥିଲା  । ଏହା ପରେ ଅଶ୍ୱିନ ଧୀରଙ୍କ ଶୋ’ “ଚିଡିୟା ଘର” ସେଟରେ ଏକ ଅଜଣା ଜନ୍ତୁ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା  । ଏହି କାରଣରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ଗୋଡ଼ରେ ଚାଲିପାରି ନଥିଲେ  । ଏହା ସହ ତାଙ୍କ ପତ୍ନୀଙ୍କ ଦୃଷ୍ଟି ଶକ୍ତି ବି ଦୁର୍ବଳ ହେବାକୁ ଲାଗିଲା  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.