ସୁସ୍ଥ ହେଉଛନ୍ତି ସାତ୍ୟକି ମିଶ୍ର, ଦିଲ୍ଲୀରେ ହୋଇଛି ସଫଳ ଆସ୍ତ୍ରୋପଚାର

ଭୁବନେଶ୍ୱର (କେନ୍ୟୁଜ୍‌) : ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ସେ ମୁଖ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ତେବେ ତାଙ୍କର ଅପରେସନ୍‌ ସଫଳ ହୋଇଥିବା ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।

ବଡ଼ ପରଦା ଓ ଛୋଟ ପରଦା ଉଭୟରେ ବେଶ୍‌ ସକ୍ରିୟ ଥିଲେ ସାତ୍ୟକି । ବିଶେଷ ଭାବେ ଖଳନାୟକ ଭୂମିକାରେ ଅଭିନୟ କରି ଆସିଛନ୍ତି ସାତ୍ୟକି । କେବଳ ଓଡ଼ିଆ ନୁହେଁ, ବଙ୍ଗଳା ଓ ତାମିଲ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.