ଲୋକପ୍ରିୟ ଅଭିନେତା ତଥା ବିଗବସ୍‌ ଓ୍ଵିନର ସିଦ୍ଧାର୍ଥ ଶୁଳ୍କାଙ୍କ ପରଲୋକ, ଫ୍ୟାନ୍ସ ସ୍ତବ୍ଧ

ବିଗବସ୍‌ ୧୩ ବିଜେତା ତଥା ବଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ମୃତ୍ୟୁ। ମୁମ୍ବାଇର କୁପର ହସ୍ପିଟାଲ କତ୍ତୁର୍ପକ୍ଷ ସିଦ୍ଧାର୍ଥଙ୍କ ନିଧନ ଖବର ଘୋଷଣା କରିଛନ୍ତି। ୪୦ ବର୍ଷରେ ସିଦ୍ଧାର୍ଥ ଶୁକ୍ଳାଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ବିଗବସ୍‌ ୧୩ରେ ସେ ଓ୍ଵିନର ହୋଇଥିଲେ।

ସୂଚନା ମୁତାବକ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ କିନ୍ତୁ ତାପରେ ସେ ଉଠିନଥିଲେ। ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି।

ହିନ୍ଦି ଧାରାବାହିକ ବାଳିକା ବଧୂରେ ସିଦ୍ଧାର୍ଥ ଶୁଳ୍କା ଦେଶରେ ଘରେ ଘରେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ। ମୁମ୍ବାଇରେ ଡିସେମ୍ବର ୧୨ରେ ୧୯୮୦ରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜ କ୍ୟାରିୟରର ଆରମ୍ଭ ମଡେଲିଂରୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.