ଫ୍ୟାନଙ୍କୁ ଅସୁସ୍ଥ ହେବାର ଦେଖି ଷ୍ଟେଜ୍‌ରୁ ଓହ୍ଲେଇ ଆସିଲେ ବରୁଣ ଧାଓ୍ଵନ ଏବଂ ପାଣି ପିଆଇଲେ,ଭିଡ଼ିଓ ହେଉଛି ଭାଇରାଲ

କେନ୍ୟୁଜ୍‌: ଆଜି କାଲି ବରୁଣ ଧାଓ୍ଵନ ଏବଂ କ୍ରିତି ସାନନ ତାଙ୍କର ଆଗାମୀ ଫିଲ୍ମ ‘ଭେଡ଼ିଆ’ର ପ୍ରମୋଶନ ପାଇଁ ଜୋର ସୋରରେ ଲାଗିଛନ୍ତି । ତାଙ୍କର ଫିଲ୍ମର ପ୍ରମୋଶନ ପାଇଁ ଦୁଇ ତାରକା ଜୟପୁର ଯାଇଥିବା ବେଳେ ଏମିତି ଏକ ଘଟଣା ଘଟିଥିଲା,ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଜୟପୁରରେ ଏକ କଲେଜ ଇଭେଣ୍ଟରେ ତାଙ୍କର ଜଣେ ଫ୍ୟାନ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ, ବରୁଣ ଏହାକୁ ଦେଖି ତୁରନ୍ତ ଷ୍ଟେଜ୍‌ ତଳକୁ ଆସି ସେହି ଫ୍ୟାନ ଜଣଙ୍କୁ ଉଠାଇଥିଲେ ଏବଂ ପାଣି ପିଆଇଥିଲେ । ଷ୍ଟେଜ୍‌ ଉପରେ ଥିବା କ୍ରିତି ସାନନ ସେମିତି ଷ୍ଟେଜ୍‌ ଉପରେ ଛିଡ଼ା ହୋଇ ରହିଥିଲେ । କିଛି ସମୟ ଭିତରେ ସେଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ପ୍ରଥମେ ବରୁଣ ଧାଓ୍ଵନ ଫେନ୍‌ ପେଜ୍‌ରେ ପୋଷ୍ଟ ହୋଇଥିଲା ।


ବରୁଣ ଧାଓ୍ଵନ ବି ସେୟାର କଲେ ଜୟପୁର ଭିଡ଼ିଓ:
ଶନିବାର ଦିନ ବରୁଣ ଏବଂ କ୍ରିତି ଜୟପୁରରେ ପହଞ୍ଚିଥିଲେ । ଗୋଟିଏ କଲେଜର ଏହି ଇଭେଣ୍ଟରେ ହଜାର ହଜାର ସଂଖ୍ୟାର ଲୋକ ଯୋଗ ଦେଇଥିଲେ । ବରୁଣ ମଧ୍ୟ ଜୟପୁରର ତାଙ୍କର ଷ୍ଟେଜ୍‌ ଭିଡିଓ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରି ଲେଖିଥିଲେ,‘ ଜୟପୁରବାସୀ ଆମକୁ ନିଜର କରିନେଲେ’ । ଏହି ଭିଡ଼ିଓରେ ବରୁଣ କ୍ରିତିଙ୍କ ସହିତ ନାଚୁଥିବାରେ ନଜର ଆସୁଛନ୍ତି ।

 

View this post on Instagram

 

A post shared by VarunDhawan (@varundvn)


‘ଭେଡ଼ିଆ’ର ନିର୍ଦ୍ଦେଶକ ହେଲେ ଅମର କୌଶିକ:
‘ଭେଡ଼ିଆ’ର ଟ୍ରେଲର ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମ ହେଉଛି ଏକ ହରର-କମେଡି ଫିଲ୍ମ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅମର କୌଶିକ ଏବଂ ଏହାର ପ୍ରଡ୍ୟୁସର ଅଛନ୍ତି ଦିନେଶ ବିଜାନ । ଏହାପୂର୍ବରୁ ଅମର କୌଶିକ ‘ସ୍ତ୍ରୀ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି,ଯେଉଁଥିରେ ଅଭିନୟ କରିଥିଲେ ଭର୍ସାଟାଇଲ ଆକ୍ଟର ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁର । ସେହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା ଏବଂ ଲୋକମାନେ ପସନ୍ଦ ମଧ୍ୟ କରିଥିଲେ । ଏହି ଦୁଇ ଜଣଙ୍କ ବ୍ୟତୀତ ଫିଲ୍ମରେ ଦୀପକ ଡୋବରିଆଲ,ଅଭିନୟ ରାଜ ଏବଂ ଭବେଶ ଲୋହାର ଅଭିନୟ କରିଛନ୍ତି । ‘ଭେଡ଼ିଆ’ ଫିଲ୍ମ ନଭେମ୍ବର ୨୫ ରେ ମୁକ୍ତିଲା ଭ କରିବାକୁ ଯାଉଛି । ଶେଷଥର ପାଇଁ ବରୁଣ ‘ଯୁଗ ଯୁଗ ଜିୟୋ’ରେ ଏବଂ କ୍ରିତି ‘ହିରୋପନ୍ଥୀ-୨’ରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.