କ୍ୟାଟ୍ରିନାଙ୍କ ସହ ବାହାଘର ପୂର୍ବରୁ ଭିକିଙ୍କ ଭିଡିଓ, ଖୁସିରେ ଗୀତ ଗାଇ ଝୁମୁଛନ୍ତି

ଏବେ ସବୁଠି କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି । କେଉଁଠି ବାହାଘର ହେବ, କେମିତି ମଣ୍ଡପ ସଜାଯିବ, କ୍ୟାଟ୍ରିନା ଓ ଭିକି କେଉଁ ପୋଷାକ ପିନ୍ଧିବେ, ସୁନ୍ଦରୀ କ୍ୟାଟ୍‌ କେଉଁ ପ୍ରକାର ମେହେନ୍ଦି ଲଗାଇବେ ଏସବୁକୁ ନେଇ ପ୍ରତିଦିନ ଖବର ଆସୁଛି ।  ତେବେ ଏସବୁ ଭିତରେ ଆଜି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଭିକି ପୂରା ଦମ୍‌ରେ ଖୁସି ମନାଉଛନ୍ତି । ଏକ ଗାଡ଼ିରେ ବସି ପଞ୍ଜାବୀ ଗୀତରେ ଲିପ୍‌ସିଙ୍କ କରୁଛନ୍ତି ।

ସୁରିନ୍ଦର କୌର ଓ ରମେଶ ରଙ୍ଗିଲା ଗାଇଥିବା ଏହି ଗୀତରେ ମଜାଦାର ଢଙ୍ଗରେ ଗାଉଛନ୍ତି ଭିକି । ଲାଗୁଛି ଯେମିତି ବାହାଘର ପୂର୍ବରୁ ଖୁସିରେ ଝୁମୁଛନ୍ତି । ଏହି ଗୀତଟି ହେଉଛି ‘ମିତରା ଦା ଚଲିଆ ଟ୍ରକ୍‌..’ ।

ତେବେ ଏଯାଏ ଭିକି ଓ କ୍ୟାଟ୍ରିନା ସର୍ବସାଧାରଣରେ ସେମାନଙ୍କ ବାହାଘର କଥା ଘୋଷଣା କରି ନାହାନ୍ତି । ସମସ୍ତେ ଆଶା କରୁଛନ୍ତି ଖୁବ୍‌ ଶୀଘ୍ର ସେମାନେ ସୋସିଆଲ ମିଡିଆରେ ଏକଥା ଘୋଷଣା କରିବେ । ଅବଶ୍ୟ ଏମିତି ବି ଖବର ଆସୁଛି ଯେ ବାହାଘର ଖବର ଗଣମାଧ୍ୟମରେ ଲିକ୍‌ ହୋଇଯିବା ପରେ କ୍ୟାଟ୍ରିନା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତିକି ଆସନ୍ତା ମାସ ରାଜସ୍ଥାନରେ ହେବାକୁ ଥିବା ଏହି ବାହାଘରର ସ୍ଥାନ ବଦଳାଇବାକୁ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଶୁଣା ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.