କାଷ୍ଟିଂ କାଉଚ୍ ନେଇ ଅଭିନେତ୍ରୀଙ୍କ ଖୁଲାସା : କହିଲେ ଏକୁଟିଆ ଡାକୁଥିଲେ ଗେଷ୍ଟ ହାଉସ୍

Casting Couch

ବଲିଉଡ୍, ହଲିଉଡ ଅବା ଟଲିଉଡ । କାଷ୍ଟିଙ୍ଗ୍ କାଉଚର ଛିଟା ସବୁ ଇଣ୍ଡଷ୍ଟ୍ରିରେ ପୁରୁଣା । ଧୀରେ ଧୀରେ କରି ପ୍ରାୟ ଅଭିନେତ୍ରୀ ଏନେଇ ମୁହଁ ଖୋଲୁଛନ୍ତି । ଆଉ ଏଥିପାଇଁ ଅଭିନେତ୍ରୀ ମାନଙ୍କୁ ସାହସ ଦେଉଛି #METOO ଅଭିଯାନ । ଯାହା ମାଧ୍ୟମରେ ଏଭଳି ଏକ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ସମସ୍ତ ଅଭିନେତ୍ରୀ ଆଲୋଚନା କରୁଛନ୍ତି ।

amani

କିଛି ଦିନ ତଳେ ତେଲୁଗୁ ସିନେମାର ଜଣାଶୁଣା ଅଭିନେତ୍ରୀ ଶ୍ରୀ ରେଡ୍ଡି କାଷ୍ଟିଂ କାଉଚକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ । ନିଜ ସହ ହୋଇଥିବା ଘଟଣାକୁ ବୟାନ କରିବା ସହ ରାସ୍ତାରେ ଉଲଗ୍ନ ହୋଇଥିଲେ । ଏବେ ଆଉ ଜଣେ ଅଭିନେତ୍ରୀ ଅମାନୀ କାଷ୍ଟିଙ୍ଗ୍ କାଉଚକୁ ନେଇ ମୁହଁ ଖୋଲିଛନ୍ତି ।

ଏକ ସାକ୍ଷାତକାରରେ ଅମାନି କହିଛନ୍ତି ‘ମୁଁ ମୋ କ୍ଯାରିୟର୍ ଆରମ୍ଭ କରିବା ସମୟରେ କାଷ୍ଟିଙ୍ଗ୍ କାଉଚର ସାମ୍ନା କରିବାକୁ ପଡିଥିଲା’ । ସେତେବେଳେ ବହୁତ ଗୁଡିଏ ନୂଆ ପ୍ରଡକସନ୍ କମ୍ପାନି ଥିଲା ଯେଉଁ ମାନେ ମତେ ଫୋନ କରି ଗେଷ୍ଟ୍ ହାଉସ୍ ଡାକୁଥିଲେ ଏବଂ ମା’ ଙ୍କୁ ନ ଆଣି ଏକା ଆସିବାକୁ କହୁଥିଲେ । କିନ୍ତୁ ମୁଁ ଏଭଳି ଲୋକଙ୍କ ଖରାପ ଚିନ୍ତାଧାରାକୁ ବୁଝିଯାଇଥିଲି ।  ସେହିପରି ବଲିଉଡରେ କାଷ୍ଟିଙ୍ଗ୍ କାଉଚ୍ ହେଉଥିବା ନେଇ ଅନେକ ଅଭିନେତ୍ରୀ ସ୍ବୀକାର କରିଛନ୍ତି ।

Leave A Reply

Your email address will not be published.