ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ, ଦେଇଥିଲେ ବିବାଦୀୟ ମନ୍ତବ୍ୟ

ସାଉଥ ଅଭିନେତ୍ରୀ କସ୍ତୁରୀ ଶଙ୍କର ହୋଇଛନ୍ତି ଗିରଫ । ଏହି ଅଭିନେତ୍ରୀ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ହାଇଦ୍ରାବାଦରେ ଚେନ୍ନାଇର ଏଗୋମର ପୋଲିସ ଗିରଫ କରିଛି । ହିନ୍ଦୁଙ୍କ ଅନୁସାରେ ସାଇବରବାଦ ପୋଲିସ କମିଶନରଙ୍କ ଜଣେବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ତେବେ ୧୬ ନଭେମ୍ବରରେ ଏଗମୋର ପୋଲିସ ଷ୍ଟେସନର ଏକ ଟିମ ହାଇଦ୍ରାବାଦ ପହଞ୍ଚି ନରସିଂହର ଏକ ପ୍ଲାଟରୁ ଅଭିନେତ୍ରୀଙ୍କୁ ଗିରଫ କରିଥିଲେ ।

୨୦୨୩ ରେ ବିଏଏନଏସ ଅଧିନୀୟମର ଧାରା ୧୯୧ ଓ ୧୯୨ ଧାରା ଅଭିନେତ୍ରୀଙ୍କ ଉପରେ ଲାଗିଥିଲା ବୋଲି ଅଧିକାରୀ ଜଣଙ୍କ କହିଥିଲେ । ଏହି ଟିମ ଅଭିନେତ୍ରୀଙ୍କୁ ୮.୩୦ ମିନିଟରେ ଗିରଫ କରିଥିଲେ । ଏବେ ତାଙ୍କୁ ଟ୍ରାନଜିଟ ୱାରେଣ୍ଟରେ ଚେନ୍ନାଇକୁ ନିଆଯିବା । କସ୍ତୁରୀ ଶଙ୍କର ତାମିଲନାଡ଼ୁରେ ଆୟୋଜିତ କାର୍ଯ୍ୟକ୍ରମରେ ତେଲୁଗୁ ସମୁଦାୟ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଅଭିନେତ୍ରୀଙ୍କ ଏହି ବୟାନ ପରେ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା । ଏହାସହ ମଦୁରାଇରେ କସ୍ତୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲ ।

ବିବାଦ ବଢିବା ପରେ କସ୍ତୁରୀ ଶଙ୍କର ନଭେମ୍ୱର ୬ରେ କହିଥିଲେ, ‘ନିଜ ଭାଷଣରେ ତେଲୁଗୁ ଲୋକଙ୍କୁ ନେଇ କରିଥିବା ଟିପ୍ପଣୀକୁ ଫେରାଇ ନେଉଛି । ତେଲୁଗୁ ପରିବାରକୁ ଆଘାତ ଦେବା କିମ୍ୱା ଅପମାନିତ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ।‘କସ୍ତୁରୀ ଶଙ୍କର ସାଉଥ୍ ସିନେମାର ଜଣେ ପରିଚିତ ଅଭିନେତ୍ରୀ । ୧୯୯୧ ମସିହାରେ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାମିଲ ଫିଲ୍ମ ‘ଆଥି ଭାଗବାନ’ରୁ ଡେବ୍ୟୁ କରିଥିଲେ ଏବଂ ପରେ ଅନେକ ତାମିଲ, ତେଲୁଗୁ, କନ୍ନଡ ଏବଂ ମଲୟାଲମ ଫିଲ୍ମରେ ଅଭିନୟ କରିଛନ୍ତି ।

 

 

You might also like