ପୁଣି ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଅବନୀତ୍ କୌର, ରିଲସ୍ ରେ ଦିଓ୍ୱାନା ହେଲେ ପ୍ରଶଂସକ
ସୋସିଆଲ୍ ମିଡିଆ ସେନ୍ସସେନ୍ ତଥା ଅଭିନେତ୍ରୀ ଅବନୀତ୍ କୌର ପୁଣି ନିଜର ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଛନ୍ତି। ଯାହାକୁ ଦେଖି ଦିଓ୍ୱାନା ହୋଇଯାଇଛନ୍ତି ତାଙ୍କ ପ୍ରଶଂସକ। ପୁଣି ଥରେ ନିଜର ଏକ ନୂଆ ଭିଡିଓ ରିଲସ୍ ସହିତ ସେ ସାମ୍ନାକୁ ଆସିଛନ୍ତି।
ସୋସିଆଲ୍ ମିଡିଆ ସେନ୍ସସେନ୍ ତଥା ଅଭିନେତ୍ରୀ ଅବନୀତ୍ କୌର ପୁଣି ନିଜର ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଛନ୍ତି। ଯାହାକୁ ଦେଖି ଦିଓ୍ୱାନା ହୋଇଯାଇଛନ୍ତି ତାଙ୍କ ପ୍ରଶଂସକ। ପୁଣି ଥରେ ନିଜର ଏକ ନୂଆ ଭିଡିଓ ରିଲସ୍ ସହିତ ସେ ସାମ୍ନାକୁ ଆସିଛନ୍ତି। ଭିଡିଓରେ ଅବନୀତ୍ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏକ ବ୍ଳାକ୍ କଲରର ସାଢୀ ପିନ୍ଧିଥିବାବେଳେ ଏକଦମ୍ ଷ୍ଟାଇଲିସ୍ ଲୁକ୍ ରେ ସମସ୍ତଙ୍କ ମନ ଜିତି ନେଇଛନ୍ତି ।
View this post on Instagram
ତାଙ୍କର ୩୨.୫ ମିଲିୟମ୍ ଇନଷ୍ଟାଗ୍ରାମ ଫଲୋର୍ସ ଥିବାବେଳେ, ସଭିଏଁ ତାଙ୍କ ଏହି କଳା ରଙ୍ଗର ଶାଢୀକୁ ଖୁବ୍ ତାରିଫ୍ କରି ଲାଇକ୍, ସେୟାର ଓ କମେଣ୍ଟ ବକ୍ସ ଫିଲ୍ କରିଦେଇଛନ୍ତି। ତାଙ୍କ ଏହି ସମ୍ବେଦନଶୀଳ ଭିଡିଓ ଦ୍ୱାରା ସେ ତାଙ୍କର ସବୁ ଫ୍ଯାନ୍ସମାନଙ୍କୁ ଆକର୍ଷିତ କରିଥିଲେ । ତେବେ ଭିଡିଓରେ ଅବନୀତ୍ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ‘ଦିଲ ସେ’ ଚଳଚ୍ଚିତ୍ରରୁ ‘ସତରଙ୍ଗୀ ରେ’ ଗୀତାମାଧ୍ଯମରେ ନିଜର ଅନ୍ଦାଜ ପ୍ରଦର୍ଶିତ କରୁଥିବା ଦେଖିବାକୁ ମିଳିଛି। ଯାହା ଶାହରୁଖ ଖାନ ଏବଂ ମନୀଷା କୋଇରାଲାଙ୍କ ଉପରେ ଚିତ୍ରିତ ହୋଇଥିଲା।
ଅବନୀତ୍ ଗୀତର ଲିରିକ୍ସର ଏକ ଅଂଶ ସହିତ ଏହି କ୍ଲିପ୍ ର କ୍ୟାପସନ୍ ଦେଇଛନ୍ତି । ସେ ଏକ ବ୍ଳାକ୍ ହାର୍ଟ ଏବଂ ଏକ ଷ୍ଟାର ଇମୋଜି ସହିତ ଲେଖିଛନ୍ତି, “ଆଁଖୋ ନେ କୁଛ୍ ୟେସା ଛୁଆ”। ତେବେ ତାଙ୍କର ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବା ସହ ୟୁଜର୍ସ ମାନେ ମଧ୍ଯ ତାଙ୍କ ମେକଅପ୍,ଶାଢୀ ଏବଂ ତାଙ୍କ ଷ୍ଟାଇଲିସ୍ ଅନ୍ଦାଜ୍ କୁ ଖୁବ୍ ତାରିଫ୍ କରୁଛନ୍ତି।