ବ୍ରୁନା ସେୟାର କଲେ ପ୍ରସବ ଅନୁଭୂତି, ପାଣିରେ ଜନ୍ମ କରିଥିଲେ ପିଲା

ମଡେଲ୍ ତଥା ବଲିଉଡ୍ ଅଭିନେତ୍ରୀ ବ୍ରୁନା ଅବଦୁଲ୍ଲା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବଡ଼ କଥା ହେଉଛି ଅଭିନେତ୍ରୀମାନେ ସନ୍ତାନ ପ୍ରସବ ପାଇଁ ବଡ଼ ବଡ଼ ହସ୍ପିଟାଲକୁ ଯାଉଥିବା ସମୟରେ ବ୍ରୁନା ପାଣି ଭିତରେ ହିଁ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ପ୍ରସବ ଦିନର ଅନୁଭୂତିକୁ ସେ ସୋସିଆଲ ମିଡିଆରେ ଶେଆର୍ କରିଛନ୍ତି। ଏହା ସହିତ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ବି ଅଛନ୍ତି।

098

ବ୍ରୁନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଅତି ସାଧାରଣ ଭାବରେ ପ୍ରସବ କରିବାକୁ ଚାହୁଁଥିଲି। ଗର୍ଭବତୀ ଥିବା ସମୟରେ ହିଁ ମୁଁ ପାଣି ଭିତରେ ପ୍ରସବ କରିବି ବୋଲି ନିଷ୍ପତ୍ତି ନେଇଥିଲି। କୌଣସି ଡ୍ରଗ୍ସ ଓ ମେଡିସିନ୍ର ବ୍ୟବହାର ନ କରି ମୁଁ ମୋ ଛୁଆକୁ ଜନ୍ମ ଦେବାକୁ ଚାହିଁଥିଲି। ଏଥିପାଇଁ ଉଷୁମ ପାଣିରେ ମୁଁ ମୋ ଛୁଆକୁ ଜନ୍ମ ଦେଇଥିଲି। ସେହି ସମୟରେ ମୋ ସହିତ ମୋର ମା’, ସ୍ୱାମୀ (ଆଲାନ୍ ଫ୍ରାଜର୍) ଓ ଡାକ୍ତର ଉପସ୍ଥିତ ଥିଲେ।’ ‘ଗର୍ଭାବସ୍ଥାରେ ଫିଟ୍ ରହିବା ପାଇଁ ମୁଁ ଷ୍ଟ୍ରିକ୍ଟ ଡାଏଟ ଫଲୋ କରୁଥିଲି। ପ୍ରତ୍ୟେକ ଦିନ ଯୋଗ ଓ ଧ୍ୟାନ କରୁଥିଲି।

ଏହାସହ ପଢ଼ନ୍ତୁ ; ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇଲେ ସୈଫ୍

675

ସୂଚନାଯୋଗ୍ୟ, ବ୍ରୁନା ଅବଦୁଲ୍ଲା ଜଣେ ବ୍ରାଜିଲିଆନ୍ ଅଭିନେତ୍ରୀ। ବଲିଉଡରେ ‘ଆଇ ହେଟ୍ ଲଭ୍ ଷ୍ଟୋରୀ’ ଓ ‘ଗ୍ରାଣ୍ଡ ମସ୍ତି’ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଟିଭି ଶୋ ‘ଖତରୋଁ କୀ ଖିଲାଡ଼ୀ’ ଓ ‘ନଚ୍ ବଲିୟେ ୬’ରେ ମଧ୍ୟ ସେ ଭାଗ ନେଇଥିଲେ। ବୟଫ୍ରେଣ୍ଡ୍ ଆଲାନ୍ ଫ୍ରେଜରଙ୍କୁ ମେ’ ୨୦୧୯ରେ ସେ ବିବାହ କରିଥିଲେ।