ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଲା; ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି

‘ବାଜିରାଓ ମସ୍ତାନୀ’ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲ ନେବାକୁ ପଡ଼ିଛି। ଖବରରୁ ଜଣାପଡ଼ିଛି ଯେ ଅଭିନେତ୍ରୀଙ୍କୁ ଭୟ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀପିକାଙ୍କ ସହିତ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିସାରିଛି। ତେଣୁ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଛନ୍ତି।

ସୂଚନା ମୁତାବକ, ଦୀପିକା ପାଦୁକୋନ ୨୬ ସେପ୍ଟେମ୍ବର ବିଳମ୍ବିତ ରାତିରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଅସହଜ ମନେ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବାକୁ ପଡ଼ିଥିଲା। ପାଖାପାଖି ୧୨ ଘଣ୍ଟା କାଳ ଦୀପିକା ହସ୍ପିଟାଲରେ ବିଭିନ୍ନ ପ୍ରକାର ଟେଷ୍ଟ୍‍ କରାଇଥିଲେ। ଏଥିପାଇଁ ସେଠାରେ ତାଙ୍କୁ ଆଡ୍‌ମିଟ କରାଯାଇଥିଲା।

କହି ରଖୁଛୁ ଯେ ଦୀପିକା ପାଦୁକୋନଙ୍କ ଟିମ୍‌ ତରଫରୁ ବର୍ତ୍ତମାନ ଏ ନେଇ କୌଣସି ବି ସୂଚନା ସାମ୍ନାକୁ ଆସିନାହିଁ। ଏପରି କି, ଏହି କଥାକୁ ନିଶ୍ଚିତ ମଧ୍ୟ କରାଯାଇ ନାହିଁ। କିନ୍ତୁ Pinkvillaର ରିପୋର୍ଟ ମୁତାବକ, ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ସେପଟେ ଏହି ଖବରକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନମାନେ ବହୁତ ଚିନ୍ତିତ ଅଛନ୍ତି ଏବଂ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ କରାଇବାକୁ ପଡ଼ିଥିଲା। ଦୀପିକା ସେହି ସମୟରେ ପ୍ରଭାସଙ୍କ ସହ ସେଠାରେ ଏକ ପ୍ରୋଜେକ୍ଟ ପାଇଁ ଶୁଟ୍‌ କରୁଥିଲେ। ସେତେବେଳେ ବି ଦୀପିକାଙ୍କୁ ପାଖାପାଖି କିଛି ଘଣ୍ଟା କାଳ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.