‘ଗନ୍ଦି ବାତ୍’ ଫେମ୍ ଗହନା ବଶିଷ୍ଠଙ୍କୁ ପୁଣି ହାର୍ଟ ଆଟାକ୍, ଏବେ ଫୁସ୍ଫୁସ୍ ବି କାମ କରୁନଥିବା ସୂଚନା
ପର୍ଣ୍ଣ ଫିଲ୍ମ କରୁଥିବା ଅଭିଯୋଗରେ କିଛିଦିନ ପୂର୍ବରୁ ଜେଲରୁ ଫେରିଥିବା ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ହାର୍ଟ ଆଟାକ୍ ହୋଇଛି। ଏଣୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଖବର ଆସିଛି ଯେ ଅଭିନେତ୍ରୀଙ୍କ ଫୁସ୍ଫୁସ୍ ବି କାମ କରିବା ବନ୍ଦ କରିଦେଇଛି। ତାଙ୍କୁ CPB Pump ସପୋର୍ଟରେ ରଖାଯାଇଛି। ପ୍ରକାଶ ଯେ CPB Pump ଏକ କାର୍ଡିୟୋପଲମନରୀ ବାଇପାସ୍ ଟେକ୍ନିକ୍, ଯେଉଁଥିରେ ହାର୍ଟ ଓ ଲଙ୍ଗ୍ସ ପାଇଁ ମେସିନ୍ ଲାଗିଛି। ସବୁ ଜରୁରୀ ଅଙ୍ଗର କାମ ଏହି ମେସିନ୍ କରିଥାଏ।
ଗହନା ବଶିଷ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ନେଇ ତାଙ୍କ ମୁଖପାତ୍ର ଫ୍ଲିନ୍ ରେମେଡିୟୋଜ୍ ସୂଚନା ଦେଇଛନ୍ତି। ଫ୍ଲିନ୍ କହିଛନ୍ତି, ଡାକ୍ତରଙ୍କ କହିବାନୁସାରେ ଗହନା ବଶିଷ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ସୋମବାର ସକାଳେ ଗହନାଙ୍କ ଅବସ୍ଥାରେ ସୁଧାର ଆସିଥିଲା। କିନ୍ତୁ ଅପରାହ୍ନରେ ସ୍ଥିତି ଆହୁରି ଖରାପ ହୋଇଯାଇଛି।
ସୂଚନାଯୋଗ୍ୟ ଯେ ଆଡଲ୍ଟ ଶୋ ‘ଗନ୍ଦି ବାତ୍’ରେ ନଜର ଆସିଥିବା ଗହନା ବଶିଷ୍ଠଙ୍କୁ ୫ ମାସ ପରେ ଜୁନ୍ ୧୯ରେ ଜେଲରୁ ଜାମିନ୍ ମିଳିଥିଲା। ଜେଲରେ ଥିବା ବେଳେ ବି ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ସେତେବେଳେ ତାଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଥିଲା। ଏବେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି।