ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ସମନ ପଠାଇଲା ଦିଲ୍ଲୀ ପୋଲିସ; ଆଜି ହେବେ ହାଜର

ଆଜି EOWରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ୍‌ । ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ଦିଲ୍ଲୀ ପୋଲିସର EOW । ଆଜି EOW ଅଫିସରେ ୧୧ଟା ୩୦ରେ ହାଜର ହେବେ ଜ୍ୟାକଲିନ୍‌ । ପୂର୍ବରୁ ଗତ ୧୪ମଧ୍ୟ EOWରେ ହାଜର ହୋଇଥିଲେ । ପ୍ରାୟ ୮ ଘଣ୍ଟା ଜ୍ୟାକଲିନଙ୍କୁ ପଚରାଉଚରା କରିଥିଲା ପୋଲିସ। ଆଜି ଫ୍ୟାସନ ଡିଜାଇନର ଲିପାକ୍ଷୀ ଓ ଜ୍ୟାକଲିନଙ୍କୁ ସାମ୍ନାସାମ୍ନି ଜେରା କରିପାରେ ପୋଲିସ।

ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ବଟି ଆଦାୟ ମାମଲାରେ ତଦନ୍ତ କରୁଛି ଇଡି । ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ଚନ୍ଦ୍ରଶେଖରଙ୍କ ଠାରୁ ଜାକ୍‌ଲିନ୍‌ ଯାହା ଯାହା ଉପହାର ନେଇଥିଲେ ସେସବୁ ଇଡିର ସବୁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଚନ୍ଦ୍ରଶେଖର ଜାକ୍‌ଲିନଙ୍କୁ ୭ କୋଟି ୧୨ ଲକ୍ଷ ଟଙ୍କା ଏବଂ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍‌ଟ ଦେଇଥିବା ଇଡି କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.